ଭୁବନେଶ୍ବର:ଗାଡିଚାଳକ ସାବଧାନ । ଗୋଟିଏ ନମ୍ବରରେ ମାର୍କେଟରେ ବୁଲିଛି ଦୁଇ ଦୁଇଟି ଗାଡି । ଆପଣ ନିୟମ ଉଲଙ୍ଘନ କରନ୍ତୁ କି ନକରନ୍ତୁ , କିନ୍ତୁ ଆପଣଙ୍କ ଘରେ ଟ୍ରାଫିକ ନିୟମ ଉଲଙ୍ଘନ କରିଥିବା ନେଇ ଆପଣଙ୍କ ଗାଡି ନମ୍ବରରେ ପହଞ୍ଚିବ ଚାଲାଣ । ନିୟମ ନଭାଙ୍ଗି ଆପଣ ଏଭଳି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଗତକାଲି ଏଭଳି ଏକ ଘଟଣା କଟକ ହଂସପାଳ ଅଞ୍ଚଳରେ ସାମ୍ମାକୁ ଆସିଛି । ଜଣେ ମୃତ ବ୍ୟକ୍ତିଙ୍କ ନାଁରେ ଆସିଛି ଟ୍ରାଫିକ ଚାଲାଣ । ଏଥି ସହ ନିୟମ ଉଲଙ୍ଘନ ସମୟରେ ଉଠାଯାଇଥିବା ଫଟୋ ମଧ୍ୟ ଆସିଛି । କିନ୍ତୁ ଟ୍ରାଫିକ ନିୟମ ଉଲଙ୍ଘନ ସମୟରେ ଉଠାଯାଇଥିବା ଫଟୋ ମୃତ ବ୍ୟକ୍ତି ନୁହଁନ୍ତି ବୋଲି ଜଣାପଡିଛି ।
ମୃତ ବ୍ୟକ୍ତିଙ୍କ ଗାଡି ୟାମାହା ମୋପେଡ ଗାଡି କିନ୍ତୁ ଚାଲାଣରେ ଆସିଛି ୟୁନିକନ ବାଇକ ନାଁରେ । ଯାହାକୁ ଜଣେ ଯୁବକ ଓ ଯୁବତୀ ବ୍ୟବହାର କରୁଛନ୍ତି । ଯେଉଁଥିରେ ଯୁବକ ଜଣଙ୍କ ଡ୍ରାଇଭ କରୁଥିବା ବେଳେ ଯୁବତୀ ଜଣକ ବିନା ହେଲମେଟରେ ପଛରେ ବସିଛନ୍ତି । ଯାହାର ଫଟୋକୁ ଆଧାର କରି ଏଭଳି ଏକ ଟ୍ରାଫିକ ଚାଲାଣ ଇସୁ କରାଯାଇଛି । କିନ୍ତୁ ଚାଲାଣ କାଟିଥିବା ଅଧିକାରି ଗାଡିର ମଡେଲ ଯାଞ୍ଚ ନ କରି ବା ଗାଡିର ନମ୍ବର ସହ ଫଟୋକୁ ମ୍ୟାଚ ନକରି କିଭଳି ଏପରି ଚାଲାଣ ଇସୁ କରୁଛନ୍ତି ତାକୁ ନେଇ ପ୍ରଶ୍ନ କରିଛନ୍ତି ଚାଲାଣ ଆସିଥିବା ମୃତ ବ୍ୟକ୍ତିଙ୍କ ପୁଅ ପ୍ରଭାତ ପ୍ରଧାନ।