ଓଡିଶା

odisha

ETV Bharat / city

95 ଅମାନିଆଙ୍କୁ ଧରିଲା କ୍ୟାମେରା, ଜାଣନ୍ତୁ କେଉଁଠି ?

ଟିଭିଡିଏସ ଜରିଆରେ ରାଜଧାନୀରେ ସୋମବାର ୩୬ ଜଣ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀ ଧରାପଡିଛନ୍ତି । ସେହିପରି ବିଭିନ୍ନ ଛକ ଓ ଟ୍ରାଫିକ ପୋଷ୍ଟରେ ଲାଗିଥିବା ସିସିଟିଭିରେ ୫୯ ଜଣ ଧରାପଡିଛନ୍ତି ।

By

Published : Dec 2, 2019, 3:14 PM IST

Updated : Dec 2, 2019, 9:22 PM IST

bhubaneswar
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଟ୍ରାଫିକ ଭାଓଲେଟର ଡିଟେକ୍ସନ ସିଷ୍ଟମ (ଟିଭିଡିଏସ)ଜରିଆରେ ରାଜଧାନୀରେ ସୋମବାର ୩୬ ଜଣ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀ ଧରାପଡିଛନ୍ତି । ସେହିପରି ବିଭିନ୍ନ ଛକ ଓ ଟ୍ରାଫିକ ପୋଷ୍ଟରେ ଲାଗିଥିବା ସିସିଟିଭିରେ ୫୯ ଜଣ ଧରାପଡିଛନ୍ତି । ତେବେ ମୋଟ ୯୫ ଜଣ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଘରକୁ ଇ-ଚାଲାଣ ପଠାଯିବ ବୋଲି ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅନ୍ୟପଟରେ ସ୍ପିଡ୍‌ ଲିମିଟ ନେଇ ନିର୍ଦ୍ଦେଶନାମା ଜାରି କରିଛି କମିଶନରେଟ ପୋଲିସ । ଟ୍ବିନସିଟିରେ ଉଭୟ ଲାଇଟ୍ ଏବଂ ହେଭି ଭେହିକିଲ ଘଣ୍ଟା ପ୍ରତି ୫୦ କିମି ବେଗରେ ଚଲାଇ ପାରିବେ । ପଳାଶୁଣୀ-ବାଲିକୁଦା NHରେ ଲାଇଟ୍ ଏବଂ ହେଭି ଭେହିକିଲ ପାଇଁ ଘଣ୍ଟାପ୍ରତି ବେଗ ୭୦ କିମି ଧାର୍ଯ୍ୟ ହୋଇଛି । ଅଧିକ ବେଗରେ ଗାଡ଼ି ଚଲାଇଲେ ଟ୍ରାଫିକ୍ ନିୟମ ଅନୁଯାୟୀ କଟାଯିବ ଚାଲାଣ ।

ହସ୍ପିଟାଲ, ସ୍କୁଲ ଓ କଲେଜ ତଥା ଜନଗହଳି ସ୍ଥାନ ମାନଙ୍କରେ ରୋଡ ଉପରେ ରହିଛି ଏହାର ସାଇନ ବୋର୍ଡ । ତେଣୁ ସହର ଭିତରେ ବିଭିନ୍ନ ସ୍ଥାନରେ ଇଣ୍ଟରସେପ୍ଟର ନିୟୋଜିତ ହୋଇଛି ବୋଲି ଟ୍ରାଫିକ ଡିସିପି ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Last Updated : Dec 2, 2019, 9:22 PM IST

ABOUT THE AUTHOR

...view details