ଭୁବନେଶ୍ବର: ମହିଳା ଟ୍ରାଫିକ ପୋଲିସ ବିନ୍ଦୁ ବାରିକଙ୍କ ମହାନତା । ରାସ୍ତା ଦୁର୍ଘଟଣାର ସମ୍ମୁଖିନ ହୋଇଥିବା ମହିଳାଙ୍କୁ ଦେଲେ ପ୍ରାଥମିକ ଚିକିତ୍ସା । ପିସିଆର ଡାକି କାନ୍ଧରେ ବୋହି ହସ୍ପିଟାଲ ପଠାଇଲେ ବିନ୍ଦୁ ।
ମହିଳା ଟ୍ରାଫିକ ପୋଲିସଙ୍କ ମହାନତା: ଦୁର୍ଘଟଣାରେ ଆହତ ମହିଳାଙ୍କୁ ଦେଲେ ପ୍ରାଥମିକ ଚିକିତ୍ସା - ଆହତ ମହିଳାଙ୍କୁ ଟ୍ରାଫିକ ପୋଲିସର ମହାନତା
ମହିଳା ଟ୍ରାଫିକ ପୋଲିସ ବିନ୍ଦୁ ବାରିକଙ୍କ ମହାନତା । ରାସ୍ତା ଦୁର୍ଘଟଣାର ସମ୍ମୁଖିନ ହୋଇଥିବା ମହିଳାଙ୍କୁ ଦେଲେ ପ୍ରାଥମିକ ଚିକିତ୍ସା । ଅଧିକ ପଢନ୍ତୁ...
ମହିଳା ଟ୍ରାଫିକ ପୋଲିସଙ୍କ ମହାନତା: ଦୁର୍ଘଟଣାରେ ଆହତ ମହିଳାଙ୍କୁ ଦେଲେ ପ୍ରାଥମିକ ଚିକିତ୍ସା
ଘଟଣାଟି ହେଉଛି ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପ ସମ୍ମୁଖର । ସେଠାରେ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ସବିମା ବିବି ନାମକ ଜଣେ ମହିଳା ଗାଡିରୁ ପଡି ସେଠାରେ ଆହତ ଅବସ୍ଥାରେ ଚିତ୍କାର କରୁଥିଲେ । ଠିକ ସେହି ସମୟରେ ନିଜର ବୁଦ୍ଧିମତା ଦେଖାଇଥିଲେ ବିନ୍ଦୁ ବାରିକ । ତୁରନ୍ତ ଘଟଣାସ୍ଥଳକୁ ଦୌଡି ଆସି ସବିମାଙ୍କ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରିଥିଲେ । ତତକ୍ଷଣାତ ପିସିଆର ଡାକି ସେହି ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ ବିନ୍ଦୁ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ