ଭୁବନେଶ୍ବର: ନୂଆ ମୋଟର ଯାନ ଆଇନ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଟ୍ରାଫିକ ପୋଲିସର ସଚେତନ କାର୍ଯ୍ୟକ୍ରମ ହାତକୁ ନେଇଛି । ପ୍ରଥମେ ଚକୋଲେଟ ପରେ ଗୋଲାପ ଆଉ ଏବେ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ପୋଲିସ ।
ନାଟକରେ ‘ନୂଆ ମୋଟର ଯାନ ଆଇନ’, ଶିକ୍ଷାନୁଷ୍ଠାନରୁ ପ୍ରୟାସ ଆରମ୍ଭ - new traffic rule
ନାଟକ ମାଧ୍ୟମରେ ଟ୍ରାଫିକ ନିୟମ ସମ୍ପର୍କରେ ସଚେତନ କରୁଛି ଟ୍ରାଫିକ ପୋଲିସ । ପୋଲିସ ପକ୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟରେ ଏନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଏନେଇ ଉତ୍କଳ ବିଶ୍ବବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା । ଏହି ଅବସରରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଓ ଟ୍ରାଫିକ ଡିସିପି ସାଗରିକା ନାଥଙ୍କ ସହ ଅଭିନେତା ଓ ଅଭିନେତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ