ଓଡିଶା

odisha

ETV Bharat / city

‘NO CRACKER’ ବ୍ୟାନର ସହ ସାଗରିକାଙ୍କ ଦୀପାବଳି ଶୁଭେଚ୍ଛା - NO CRACKER

ଚଳିତବର୍ଷ ବାଣ ନଫୁଟାଇ ଦୀପ ଜାଳିବା ପାଇଁ ଲୋକଙ୍କୁ ସଚେତନ କରାଇଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ ।

NO CRACKER ବ୍ୟାନର ସହ ସାଗରିକାଙ୍କ ଶୁଭେଚ୍ଛା

By

Published : Oct 27, 2019, 12:04 AM IST

ଭୁବନେଶ୍ବର: ରାତି ପାହିଲେ ଆଲୋକର ପର୍ଵ ଦୀପାବଳି । ଯହାକୁ ନେଇ ବେଶ ଉତ୍ସବ ମୁଖର ହୋଇ ପଡିଛି ରାଜଧାନୀ ଭୁବନେଶ୍ବର । ଆଉ ଚଳିତବର୍ଷ ବାଣ ନଫୁଟାଇ ଦୀପ ଜାଳିବା ପାଇଁ ଲୋକଙ୍କୁ ସଚେତନ କରାଉଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ ।

NO CRACKER ବ୍ୟାନର ସହ ସାଗରିକାଙ୍କ ଶୁଭେଚ୍ଛା

ୟୁଏସଆଇ ଫାଉଣ୍ଡେସନ ସହ ମିଶି ଏଭଳି ପ୍ରୟାସ କରିଛନ୍ତି ଟ୍ରାଫିକ ଡିସିପି । ଏହା ସହ ଲୋକଙ୍କୁ ବାଣ ଫୁଟାଇଲେ କିଭଳି କ୍ଷତି ହୁଏ ଏହାକୁ ନେଇ ସଚେତନ ମଧ୍ୟ କରାଇଥିଲେ ।

ୟୁଏସଆଇ ଫାଉଣ୍ଡେସନ କରିଥିବା ସିଗ୍‌ନେଚର କ୍ୟାମ୍ପେନର NO CRACKER ବ୍ୟାନର ସହ ଲୋକଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ ସାଗରିକା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details