ଓଡିଶା

odisha

ETV Bharat / city

ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା, ବହୁତଳ ପାର୍କିଂକୁ ଲୋକଙ୍କ ଆଶା

ରାଜଧାନୀରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା । ନାନା ହଇରାଣ ହେଉଛନ୍ତି ଲୋକେ । ଅଧିକ ପଢନ୍ତୁ...

ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା
ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା

By

Published : Mar 10, 2021, 11:05 AM IST

ଭୁବନେଶ୍ବର: ରାଜଧାନୀରେ ବଢୁଛି ଜନସଂଖ୍ୟା । ତା ସହ ତାଳ ଦେଇ ବଢୁଛି ଗାଡିମୋଟର । ଫଳରେ ହାଟ ବଜାରଠୁ ଆରମ୍ଭ କରି ସପିଂ ମଲ ଯାଏଁ, ସବୁଠି ପାର୍କିଂ ସମସ୍ୟା ଦେଖାଦେଉଛି । ଅନେକ ସ୍ଥାନରେ ରାସ୍ତା ଉପରେ ଗାଡି ରହୁଥିବାରୁ ଦୁର୍ଘଟଣା ବି ଦେଖିବାକୁ ମିଳୁଛି ।

ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା

ରାଜଧାନୀରେ ପାଖାପାଖି 11ଲକ୍ଷରୁ ଅଧିକ ଗାଡି ପଞ୍ଜିକରଣ ହୋଇଥିବାବେଳେ ପାର୍କିଂର ସମାଧାନ ପାଇଁ ବିଏମସି ଅନେକ ଯୋଜନା ହାତକୁ ନେଇଛି । ବହୁତଳ ପାର୍କିଂ ବ୍ୟବସ୍ଥା କରିବାକୁ କାମ ଅନେକ ଦିନରୁ ଆରମ୍ଭ ବି ହୋଇଛି । ହେଲେ ପଦ୍ମଘୁଞ୍ଚି ଘୁଞ୍ଚି ଯାଉଥିବା ଭଳି କାମ ସରୁନଥିବାରୁ ଏବେ ବି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ସେପଟେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ 2018 ରୁ ରୂପାଲି ଛକ ଏବଂ ୟୁନିଟ 2 ମାର୍କେଟ ବିଲ୍ଡିଂ ପଛ ପଟେ ଆରମ୍ଭ ହୋଇଥିଲା ବହୁତଳ ପ୍ରସାଦ ପାର୍କିଂ ପ୍ରୋଜେକ୍ଟ । ରୂପାଲି ଛକରେ 28 କୋଟି ଟଙ୍କାରେ 24000 ବର୍ଗଫୁଟରେ ନିର୍ମିତ ବହୁତଳ ପାର୍କିଂ ବ୍ୟବସ୍ଥା କରାଯାଉଛି । 250 କାର ଏବଂ 150 ଟି ମୋଟର ସାଇକେଲ ପାର୍କିଂ କ୍ଷମତା ବିଶିଷ୍ଟ ଏହି ଅଟ୍ଟାଳିକା କାର୍ଯ୍ୟ 2018 ମସିହା ଜାନୁଆରୀରୁ ଆରମ୍ଭ ହୋଇଛି । ଏହାକୁ 2021 ମାର୍ଚ୍ଚ ସୁଦ୍ଧା ସରିବାର ଲକ୍ଷ ରଖାଯାଇଛି ।

ସେହିପରି ୟୁନିଟ 2 ମାର୍କେଟ ବିଲ୍ଡିଂ ପଛ ପଟେ ପ୍ରାୟ 48 କୋଟି ଟଙ୍କାରେ 33000 ବର୍ଗଫୁଟରେ ନିର୍ମିତ ବହୁତଳ ପାର୍କିଂ ବ୍ୟବସ୍ଥା କରାଯାଉଛି । 500 କାର ଏବଂ 150 ମୋଟର ସାଇକେଲ ପାର୍କିଂ ବ୍ୟବସ୍ଥା ସୁବିଧା ରହିଛି । ଏହି ପ୍ରୋଜେକ୍ଟ ଜାନୁଆରୀ 2018 ରୁ ଆରମ୍ଭ ହୋଇଛି । ଉଭୟ ସ୍ଥାନରେ ରାଜସ୍ଥାନର ଏକ ଘରୋଇ କମ୍ପାନୀକୁ ଏହାର ଟେଣ୍ଡର ଦିଆଯାଇଛି । ଏହି ବହୁତଳ ପାର୍କିଂ ଅଟ୍ଟାଳିକାରେ 4ଟି ଫ୍ଲୋର ରହିଛି । ଦୁଇଟି ଫ୍ଲୋରରେ କାର ଏବଂ ମୋଟର ସାଇକେଲ ପାର୍କିଂ ହେବ ଅନ୍ୟ ଦୁଇ ଫ୍ଲୋରରେ ବ୍ୟବସାୟିକ ପ୍ରତିଷ୍ଠାନ ରହିବାର ଲକ୍ଷ ରଖାଯାଇଛି । ଯାହା ଖୁବଶୀଘ୍ର ଶେଷ ହେବ ବୋଲି ବିଏମସି କହିଛି ।

ତେବେ ଏସବୁ ଭିତରେ କେବେ ସାଧାରଣ ଲୋକେ ପାର୍କିଂ ପାଇଁ ନାନା ହଇରାଣର ସମ୍ମୁଖୀନ ହେଉଥିବାବେଳେ କେବେ ଏଥିରେ ସୁଧାର ଆସିବ ତାହା ଦେଖିବାକୁ ବାକି ରହିଲା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details