ଓଡିଶା

odisha

ETV Bharat / city

ପିଲାଙ୍କୁ ହେଲମେଟ ବାଣ୍ଟିଲେ ଡିସିପି, ସଚେତନ କଲେ ଯମରାଜ - ସଚେତନ କଲେ ଯମରାଜ

ଦୁଇ ଚକିଆ ଯାନରେ ନିଜ ଅଭିଭାବକଙ୍କ ସହିତ ବିନା ହେଲମେଟରେ ଯାଉଥିବା ଛୋଟ ଛୋଟ ଶିଶୁଙ୍କୁ ହେଲମେଟ ପିନ୍ଧାଇଲେ ଟ୍ରାଫିକ ଡିସିପି ସାଗରିକା ନାଥ। ଅଧିକ ଖବର ପଢନ୍ତୁ...

ପିଲାଙ୍କୁ ହେଲମେଟ ବାଣ୍ଟିଲେ ଡିସିପି: ସଚେତନ କଲେ ଯମରାଜ
ପିଲାଙ୍କୁ ହେଲମେଟ ବାଣ୍ଟିଲେ ଡିସିପି: ସଚେତନ କଲେ ଯମରାଜ

By

Published : Jan 12, 2020, 9:40 PM IST

ଭୁବନେଶ୍ବର: ଦୁଇ ଚକିଆ ଯାନରେ ନିଜ ଅଭିଭାବକଙ୍କ ସହିତ ବିନା ହେଲମେଟରେ ଯାଉଥିବା ଛୋଟ ଛୋଟ ଶିଶୁଙ୍କୁ ହେଲମେଟ ପିନ୍ଧାଇଲେ ଟ୍ରାଫିକ ଡିସିପି ସାଗରିକା ନାଥ। ରାଜ୍ୟରେ ଚାଲିଥିବା ସଡକ ସପ୍ତାହ ସୁରକ୍ଷା ଅବସରରେ ଲୋକଙ୍କୁ ସଚେତନ କରାଇବା ଅବସରରେ ଡିସିପି ସାଗରିକା ଏହି ହେଲମେଟ ପିଲାଙ୍କୁ ପ୍ରଦାନ କରିଥିଲେ।

ଏହି ଅବସରରେ ରବିବାର ସ୍ଥାନୀୟ ପାୱାର ହାଉସ ଛକଠାରେ ଯମରାଜ ଓ ଚିତ୍ରଗୁପ୍ତ ଏବଂ ହନୁମାନ ବେଶ ହୋଇ ସଚେତନତା କରୁଥିବା ଦେଖାଯାଇଛି। ଅନୁଷ୍ଠାନ ପକ୍ଷରୁ ଲୋକଙ୍କୁ ସଡକ ନିୟମ ମାନିବା ସହ ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର ନ କରିବା , ହେଲମେଟ ପିନ୍ଧିବା, ସିଟ ବେଲ୍ଟ ପିନ୍ଧିବା, ମଦ ପିଇ ଗାଡି ନ ଚଳାଇବା, ଅଧିକ ସ୍ପିଡ଼ରେ ଗାଡି ନଚଳାଇବା ଆଦି ବିଷୟରେ ସଚେତନ କରାଇଛନ୍ତି।

ପିଲାଙ୍କୁ ହେଲମେଟ ବାଣ୍ଟିଲେ ଡିସିପି: ସଚେତନ କଲେ ଯମରାଜ

ଏହା ସହ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟମାନଙ୍କୁ ସୁରକ୍ଷିତ ଭାବେ ଯାତ୍ରା କରିବାକୁ କହିଛନ୍ତି । ଟ୍ରାଫିକ ନିୟମ କଡାକଡି ଭାବେ ପାଳନ ହେବାରୁ କିଛି ମାସ ଧରି ଦୁର୍ଘଟଣା ହାର କମୁଥିବାବେଳେ ଆଗକୁ ଆହୁରି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉଥିବା କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details