ଓଡିଶା

odisha

ETV Bharat / city

ନାଟକ ମାଧ୍ୟମରେ ଟ୍ରାଫିକ ସଚେତନତା ବାର୍ତ୍ତା - ଭୁବନେଶ୍ବର ସଡକ ସୁରକ୍ଷା ସପ୍ତାହ

32 ତମ ସଡକ ସୁରକ୍ଷା ସପ୍ତାହ ଅବସରରେ ଆଜି ଏ.ଜି ଛକ ଟ୍ରାଫିକ ଥାନା ନିକଟରେ ନିର୍ଭୟ ସୂଚନା ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ ଏକ ନାଟକ ପରିବେଷଣ କରାଯାଇଛି । ଅଧିକ ପଢନ୍ତୁ...

ଭୁବନେଶ୍ବର ଏଜି ଛକରେ ନାଟକ ମାଧ୍ୟମରେ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ବର ଏଜି ଛକରେ ନାଟକ ମାଧ୍ୟମରେ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ

By

Published : Feb 4, 2021, 4:04 PM IST

ଭୁବନେଶ୍ବର: ରାସ୍ତା ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଅନ୍ୟ ଦେଶ ତୁଳନାରେ ଆମ ଦେଶରେ ବହୁତ ଅଧିକ । ଏହି ଦୁର୍ଘଟଣା ମଧ୍ୟ ଆମ ରାଜ୍ୟରେ ମଧ୍ୟ କିଛି କମ ସଂଖ୍ୟାରେ ହେଉନାହିଁ । ସଡକ ଦୁର୍ଘଟଣାର ଅନେକ ଗୁଡିଏ କାରଣ ରହିଛି । ହେଲେ ମୁଖ୍ୟତଃ ବିନା ହେଲମେଟ, ମଦ ପିଇ ଗାଡି ଚଳାଇବା ଏବଂ ଅଧିକ ବେଗରେ ଗାଡି ଚାଳନା ଦ୍ବାରା ଏହା ଘଟିଥାଏ । ତେଣୁ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଜାନୁୟାରୀ 18ରୁ ଫେବୃୟାରୀ 17 ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି ସଡକ ସୁରକ୍ଷା ମାସ ।

ଭୁବନେଶ୍ବର ଏଜି ଛକରେ ନାଟକ ମାଧ୍ୟମରେ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ

ଏହି 32 ତମ ସଡକ ସୁରକ୍ଷା ସପ୍ତାହ ଅବସରରେ ଆଜି ଏ.ଜି ଛକ ଟ୍ରାଫିକ ଥାନା ନିକଟରେ ନିର୍ଭୟ ସୂଚନା ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ ଏକ ନାଟକ ପରିବେଷଣ କରାଯାଇଛି । ନାଟକ ମାଧ୍ୟମରେ କଳାକାରମାନେ ବିଭିନ୍ନ ପ୍ରକାର ଟ୍ରାଫିକ କଟକଣା ମାନିବା ସହ ସୁରକ୍ଷିତ ଗାଡି ଚଳାଇବାକୁ ବାର୍ତ୍ତା ଦେଇଛନ୍ତି । ଏହି ଅବସରରେ ଟ୍ରାଫିକ କର୍ମଚାରୀଙ୍କ ସମେତ କଳାକାର ଓ ଅନ୍ୟାନ୍ୟ ଅତିଥୀମାନେ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details