ଓଡିଶା

odisha

By

Published : Feb 16, 2021, 9:55 PM IST

ETV Bharat / city

ଟ୍ରାଫିକ ସଚେତନତା ମାସ: ବସ୍ତିବାସିନ୍ଦାଙ୍କୁ ସଚେତନ କରାଇଲେ ସିନେତାରକା, ପୋଲିସ ଓ ସ୍ବେଚ୍ଛାସେବୀ

ଦେଶ ଓ ରାଜ୍ୟରେ 32ତମ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ପାଳନ କରାଯାଉଛି । ପଢନ୍ତୁ ଅଧିକ ....

ଟ୍ରାଫିକ ସଚେତନତା ମାସ , ବସ୍ତିବାସିନ୍ଦାଙ୍କୁ ସଚେତନ କରାଇଲେ ସିନେତାରକା , ପୋଲିସ ଓ ସ୍ବେଚ୍ଛାସେବୀ
ଟ୍ରାଫିକ ସଚେତନତା ମାସ , ବସ୍ତିବାସିନ୍ଦାଙ୍କୁ ସଚେତନ କରାଇଲେ ସିନେତାରକା , ପୋଲିସ ଓ ସ୍ବେଚ୍ଛାସେବୀ

ଭୁବନେଶ୍ବର: ଦେଶ ଓ ରାଜ୍ୟରେ 32ତମ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ପାଳନ କରାଯାଉଛି। ବିଗତ 31 ବର୍ଷ ଧରି ଏହାକୁ ସପ୍ତାହ ଧରି ପାଳନ କରାଯାଉଥିବାବେଳେ ଚଳିତ ବର୍ଷ ଏହା ଏକ ମାସ ଧରି ପାଳନ କରାଯାଉଛି। ରାଜଧାନୀ ଭୁବନେଶ୍ବରରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ଅଭିନବ ପ୍ରୟାସ କରାଯାଇଛି । ରାଜଧାନୀର ସାହି ଓ ବସ୍ତିରେ ଏହି ସଚେତନତା ଗତ ଏକ ମାସ ଧରି ପାଳନ କରାଯାଉଥିବା ବେଳେ ଆଜି ଏହାର ଉଦଯାପନୀ ଉତ୍ସବ ଟ୍ରାଫିକ ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଯାଇଛି।

ଟ୍ରାଫିକ ସଚେତନତା ମାସ , ବସ୍ତିବାସିନ୍ଦାଙ୍କୁ ସଚେତନ କରାଇଲେ ସିନେତାରକା , ପୋଲିସ ଓ ସ୍ବେଚ୍ଛାସେବୀ

ଏହି ଉତ୍ସବରେ ଓଡ଼ିଆ ଚଳଚିତ୍ର ତାରକା ଅର୍ଚ୍ଚିତା ଓ ସବ୍ୟସାଚୀ ବସ୍ତି ମୁଖିଆମାନଙ୍କୁ ସଚେତନ କରାଇବା ସହ ଏହାକୁ ନିଜ ଦୈନଦିନ ଜୀବନରେ ପାଳନ କରିବା ପାଇଁ ଶପଥ ପାଠ କରାଇଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରାଫିକ ଡିସିପି ଇନଚାର୍ଜ କିଶୋର କୁମାର ପାଣିଗ୍ରାହୀ, ଆଇ ଆଇ ସି ସୁରେନ୍ଦ୍ର କୁମାର ବଳ, ଜୟ ଓଡ଼ିଶାର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ଲୋକମାନଙ୍କୁ ଟ୍ରାଫିକ ସଚେତନତାର ଉପାଦେୟତା ବିଷୟରେ ବୁଝାଇଥିଲେ ।

ଭୁବନେଶ୍ବରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details