ଭୁବନେଶ୍ବର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାରାଥନ ପ୍ରଚାର କରିବେ । ପୂର୍ବାହ୍ନରେ ସମ୍ବଲପୁରରେ ମାରାଥନ ପ୍ରଚାର କରିବାକୁ ଥିବା ବେଳେ ଅପରାହ୍ନରେ ଭୁବନେଶ୍ବରରେ ରୋଡ ସୋ' କରିବେ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।
- ଜାତୀୟ ରାଜପଥ 16 ଦେଇ ଖୋର୍ଦ୍ଧା ପଟୁ ଭୁବନେଶ୍ବର ଆସୁଥିବା ଭାରିଯାନକୁ ପିତାପଲ୍ଲୀ ଛକରେ ରଖାଯିବା।
- ସେହିପରି କଟକରୁ ଭୁବନେଶ୍ବର ଆସୁଥିବା ଟ୍ରକ ଗୁଡିକୁ ମଙ୍ଗୁଳିରେ ଦିନ 2ଟାରୁ ରାତି 10 ପର୍ଯ୍ୟନ୍ତ ରଖାଯିବ।
- କଟକରୁ ଭୁବନେଶ୍ବର ଆସୁଥିବା ଚାରିଚକିଆ ଯାନକୁ ବାଲିକୁଦା ଛକରୁ ପରିବର୍ତ୍ତିତ କରାଯାଇ ଭାୟା ତ୍ରିଶୂଳିଆ, ବାରଙ୍ଗ ଏବଂ ଚନ୍ଦକା ଛକ ଦେଇ ଅଣାଯିବ। ଦିନ 2ଟାରୁ ରାତି 10 ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ ।
- ଖୋର୍ଦ୍ଧାରୁ ଆସୁଥିବା ଚାରିଚକିଆ ଯାନର ମଧ୍ୟ ସମାନ ବ୍ୟବସ୍ଥା କରାଯିବ ।
- କଟକରୁ ଭୁବନେଶ୍ବର ଆସୁଥିବା ସମସ୍ତ ବସ ଗୁଡିକ ଜାତୀୟ ରାଜପଥ 16ରେ ଥିବା ଫ୍ଲାଏଓଭରେ ସିଧା ଖଣ୍ଡଗିରି ଛକ ପର୍ଯ୍ୟନ୍ତ ଯାଇ ସେଠାରୁ ବରମୁଣ୍ଡା ଯିବ।
- ଖୋର୍ଦ୍ଧା ପଟୁ ଆସୁଥିବା ବସ ସବୁଦିନିଆ ରାସ୍ତାରେ ବରମୁଣ୍ଡା ବସଷ୍ଟାଣ୍ଡକୁ ଆସିବ।
- ବରମୁଣ୍ଡାରୁ କଟକ ଯାତ୍ରା କରୁଥିବା ବସ ଗୁଡିକ ଆସନ୍ତାକାଲି ବାଣୀବିହାର ପର୍ଯ୍ୟନ୍ତ ସବୁଦିନିଆ ରାସ୍ତାରେ ଯାତ୍ରା କରିବା ଏହାପରେ ବାଣିବିହାର ଛକ ଠାରୁ ଜାତୀୟ ରାଜପଥ 16 ଫ୍ଲାଏ ଓଭରରେ ଯାତ୍ରା କରିବ ।
- ରାଜଧାନୀ ସମେତ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଅଧିକ ଜାତୀୟ ରାଜପଥ ବ୍ୟବହାର ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦିନ 2ଟାରୁ ରାତି 10 ପର୍ଯ୍ୟନ୍ତ ଲୋକଙ୍କୁ ଟ୍ରାଫିକ ସମସ୍ୟାରୁ ବର୍ତ୍ତିବା ପାଇଁ ସଚେତନ କରାଯାଇଛି ।