ଭୁବନେଶ୍ୱର: କୋଭିଡ19 ଯୋଗୁଁ ସାରା ଦେଶରେ ଲକ ଡାଉନ ହେବା ଫଳରେ ସମସ୍ତ ଉତ୍ସବ ଓ ଯାତ୍ରାକୁ ବନ୍ଦ କରିଦିଆଯାଇଛି । ଏପରିକି ପାରମ୍ପରିକ ଦଣ୍ଡଯାତ୍ରା ଓ ଝାମୁଯାତ୍ରା କରୋନା ମହାମାରୀ ପାଇଁ ବନ୍ଦ । ମାତ୍ର ରୀତିନୀତି ଅନୁସାରେ କିଛି ପୂଜକ ନିୟୋଜିତ ହୋଇ ପ୍ରସାଶନିକ ଆଦେଶ ଅନୁସାରେ ମନ୍ଦିର ଭିତରେ ମାଙ୍କ ଝାମୁ ଯାତ୍ରାର ପାରମ୍ପରିକ ପୂଜାର୍ଚ୍ଚନା କରିଛନ୍ତି ।
ରଙ୍ଗମାଟିଆରେ ସାମାଜିକ ଦୂରତା ରକ୍ଷାକରି ହେଲା ପାରମ୍ପରିକ ଦଣ୍ଡ ପୂଜା - social distance
କୋଭିଡ-19 ଯୋଗୁଁ ସାରା ଦେଶରେ ଲକ ଡାଉନ ହେବା ଫଳରେ ସମସ୍ତ ଉତ୍ସବ ଓ ଯାତ୍ରାକୁ ବନ୍ଦ କରିଥିବା ବେଳେ ରଙ୍ଗମାଟିଆ ମା’ ବାସୁଳାଇ ପୀଠରେ ମୁହଁରେ ଗାମୁଛା ବାନ୍ଧି ସାମାଜିକ ଦୂରତା ରକ୍ଷକାରି ଉତ୍ସବକୁ ନିରାଡ଼ମ୍ବରରେ ପାଳନ କରିଥିବା ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

ରଙ୍ଗମାଟିଆରେ ସାମାଜିକ ଦୂରତା ରକ୍ଷାକରି ହେଲା ପାରମ୍ପରିକ ଦଣ୍ଡ ପୂଜା
ରଙ୍ଗମାଟିଆରେ ସାମାଜିକ ଦୂରତା ରକ୍ଷାକରି ହେଲା ପାରମ୍ପରିକ ଦଣ୍ଡ ପୂଜା
ରଙ୍ଗମାଟିଆ ମା’ ବାସୁଳାଇ ପୀଠର ମୁଖ୍ୟ କାଳେଶୀ ଭଗବାନ ମହାରଣା ହୋମ ଯଜ୍ଞରେ ମୁଖ୍ୟ କର୍ତ୍ତା ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟତମ କାଳେଶୀ ଛବିନ୍ଦ୍ର ଜେନା, ରବି ସାମଲ ଓ କାଳିଆ ସାମଲ ଓ ଗ୍ରାମର ପାଖାପାଖି ଦଶଜଣ ଭାଗ ନେଇଥିଲେ । ଏହି ସମୟରେ ସମସ୍ତେ ମୁହଁରେ ଗାମୁଛା ବାନ୍ଧି ସାମାଜିକ ଦୂରତା ରକ୍ଷକାରି ଉତ୍ସବକୁ ନିରାଡ଼ମ୍ବରରେ ପାଳନ କରିଥିବା ଦେଖିବାକୁ ମିଳିଥିଲା ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ