ଓଡିଶା

odisha

ETV Bharat / city

ରାଜ୍ୟର 15 ଜିଲ୍ଲାରେ TPR ଜିରୋ - Odisha Covid Situatiins

ରାଜ୍ୟରେ 15 ଟି ଜିଲ୍ଲା ରେ ଟିପିଆର ଜିରୋ ରହିଛି। ରାଜ୍ୟରେ ସଂକ୍ରମଣ କମୁଛି। ଆକ୍ଟିଭ କେସ ମଧ୍ୟ କମୁଛି। ଫଳରେ ଟିପିଆର ଶୂନ ରହିଛି । ଅଧିକ ପଢନ୍ତୁ

Odisha Covid
Odisha Covid

By

Published : Nov 17, 2021, 10:46 PM IST

ଭୁବନେଶ୍ବର: ରାଜ୍ୟରେ 15 ଟି ଜିଲ୍ଲା ରେ ଟିପିଆର ଜିରୋ ରହିଛି। ରାଜ୍ୟରେ ସଂକ୍ରମଣ କମୁଛି। ଆକ୍ଟିଭ କେସ ମଧ୍ୟ କମୁଛି। ଫଳରେ ଟିପିଆର ଶୂନ ରହିଛି ।

ରାଜ୍ୟରେ ସଂକ୍ରମଣ କମିବାରେ ଲାଗିଛି। ଏନେଇ ଅନେକ ଜିଲ୍ଲା ରେ ରହିଛି ଜିରୋ ସଂକ୍ରମଣ। ସଂକ୍ରମଣ କମିବା ସାଙ୍ଗକୁ ଟିକାକରଣ କୁ ଅଧିକ ଗୁରୁତ୍ବ ଦେବା ସହ ସର୍ଭିଲାନ୍ସ କଡାକଡି କରାଯାଉଛି। ରାଜ୍ୟରେ 15 ଟି ଜିଲ୍ଲା ରେ ଜିରୋ ସଂକ୍ରମଣ ରହିଛି। ଜିରୋ ସଂକ୍ରମଣ ଥିବା ଜିଲ୍ଲା ଗୁଡିକ ହେଲା ବରଗଡ, ବଲାଙ୍ଗୀର, ଦେଓଗଡ, ଗଜପତି, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ, ନୂଆପଡା, ପୁରୀ, ରାୟଗଡା, ସୁବର୍ଣ୍ଣପୁର।

ସେହିପରି ସମ୍ବଲପୁର, ସୁନ୍ଦରଗଡ, କେନ୍ଦ୍ରାପଡା, କନ୍ଧମାଳ ଝାରସୁଗୁଡା, ଯାଜପୁର, ଜଗତସିଂହପୁର ଗଞ୍ଜାମ ଢେଙ୍କାନାଳ କଟକ ବୌଦ୍ଧ ଭଦ୍ରକ ବାଲେଶ୍ବର ଅନୁଗୁଳରେ 1 ପ୍ରତିଶତ ତଳେ ରହୁଛି ଟିପିଆର। ଏହାସହ ଖୋର୍ଦ୍ଧା ରେ 2 ପ୍ରତିଶତ ଉପରେ ରହିଛି ଟିପିଆର। ମୋଟ ଉପରେ ରାଜ୍ୟରେ ବର୍ତ୍ତମାନ ଟିପିଆର ରହିଛି 0.41 ପ୍ରତିଶତ। ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ କେସ ରହିଛି 2 ହଜାର 657।

ସେହିଭଳି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 0 ରୁ 18 ବର୍ଷ ମଧ୍ୟରେ ଶିଶୁ ଆକ୍ରାନ୍ତ ହେଉଛନ୍ତି 90 ହଜାର 468। 19 ରୁ 40 ବର୍ଷ ବୟସ ମଧ୍ୟରେ 5 ଲକ୍ଷ 36 ହଜାର 631। 41 ବର୍ଷ ରୁ 60 ବୟସ ମଧ୍ୟରେ 3 ଲକ୍ଷ 20 ହଜାର 635। 60 ବର୍ଷ ରୁ ଉର୍ଦ୍ଧ୍ବ ବୟସ ରେ 98 ହଜାର 354 ଜଣ ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟରେ 4 କୋଟି 9 ଲକ୍ଷ 11 ହଜାର 40 ଡୋଜ ଟି କାକରଣ କରାଯାଇଛି। ପ୍ରଥମ ଡୋଜ 2 କୋଟି 70 ଲକ୍ଷ 10 ହଜାର 400 ଓ ଦ୍ୱିତୀୟ ଡୋଜ 1 କୋଟି 39 ଲକ୍ଷ 640 ଡୋଜ ଦିଆଯାଇଛି। ଟିକାକରଣକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଗ୍ରାମାଞ୍ଚଳ କୁ ଅଧିକ ଗୁରୁତ୍ବ ଦିଆଯାଉଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details