ଓଡିଶା

odisha

ETV Bharat / city

ମରାମତି ସମୟ ବ୍ୟତୀତ ରାଜ୍ୟରେ ହେବନି ବିଜୁଳିକାଟ୍‌: ଟାଟା ପାୱର ଅଧିକାରୀ - ଓଡିଶାରେ ହେବ ନାହିଁ ବିଜୁଳିକାଟ୍‌

ନିହାତି ମରାମତି କାମ ପାଇଁ ଆବଶ୍ୟକତା ନଥିଲେ ଏଥର ବିଦ୍ୟୁତ୍‌କାଟ୍‌ ହେବ ନାହିଁ । ଓଡ଼ିଶା ଏକ ବିଦ୍ୟୁତ୍‌ ବଳକା ରାଜ୍ୟ ହୋଇଥିବାରୁ ଆବଶ୍ୟକ ପରିମାଣର ବିଦ୍ୟୁତ୍ ଶକ୍ତି ଉପଲବ୍ଧ ରହିଛି କହିଛନ୍ତି ଟିପିସିଓଡ଼ିଏଲ (TPCODL) ସିଇଓ । ଅଧିକ ପଢନ୍ତୁ

ହେବ ନାହିଁ ପାୱାରକଟ୍‌:TPCODL
ହେବ ନାହିଁ ପାୱାରକଟ୍‌:TPCODL

By

Published : Apr 21, 2022, 8:12 PM IST

ଭୁବନେଶ୍ବର:ନିହାତି ମରାମତି କାମ ପାଇଁ ଆବଶ୍ୟକତା ନଥିଲେ ଏଥର ବିଦ୍ୟୁତ୍‌କାଟ୍‌ ହେବ ନାହିଁ । ଓଡ଼ିଶା ଏକ ବିଦ୍ୟୁତ୍‌ ବଳକା ରାଜ୍ୟ ହୋଇଥିବାରୁ ଆବଶ୍ୟକ ପରିମାଣର ବିଦ୍ୟୁତ୍ ଶକ୍ତି ଉପଲବ୍ଧ ରହିଛି । ତେବେ ତାପଜ ବିଦ୍ୟୁତ୍ ଶକ୍ତି ଉତ୍ପାଦନରେ ସାମୟିକ ବାଧା ଉପୁଜିଥିଲା ତାହାର ସମାଧାନ କରାଯାଉଛି ।

ଯଦି କୌଣସି ସ୍ଥାନରେ ପାୱାରକଟ୍ ହେଉଥାଏ, ତେବେ ତାହା ସାମୟିକ ଓ ଲୋ ଭୋଲଟେଜ୍‌କୁ ମରାମତି କରିବା ପାଇଁ ଆବଶ୍ୟକତା କାରଣରୁ ପାୱାରକଟ୍ କରାଯାଉଛି କହିଛନ୍ତି ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡ଼ିଷ୍ଟ୍ରିବ୍ୟୁସନ ଲିମିଟେଡ଼ ଟିପିସିଓଡ଼ିଏଲର(TPCODL) ସିଇଓ ବା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ । ଏଥର ଖରାଦିନରେ ବିଦ୍ୟୁତ୍‌କାଟ ନ କରିବା ପାଇଁ ମଧ୍ୟ ସେ କହିଛନ୍ତି । ଏଥିସହିତ ବିଦ୍ୟୁତ୍‌ଶକ୍ତି ଯୋଗାଣ କ୍ଷେତ୍ରରେ ଉପୁଜିଥିବା ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଉଦ୍ୟମ କରାଯାଉଛି ବୋଲି ଟିପିସିଓଡ଼ିଏଲ ପକ୍ଷରୁ କୁହାଯାଇଛି ।
ଖରାଦିନରେ ପାୱାରକଟ୍ ସମସ୍ତଙ୍କ ଚିନ୍ତା ବଢାଇଛି । ବିନା ସୂଚନାରେ ଘଣ୍ଟା ଘଣ୍ଟା ଧରି ପାୱାରକଟ୍ କରାଯାଉଛି । ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ଓ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଆଗକୁ ଏହି ସମସ୍ୟା ଜଟିଳ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ଏଭଳି ସମୟରେ ପାୱାରକଟ୍ ନ ହେବା ନେଇ ଆଶ୍ୱାସନା ଦେଇଛନ୍ତି ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡ଼ିଷ୍ଟ୍ରିବ୍ୟୁସନ ଲିମିଟେଡ଼ (ଟିପିସିଓଡ଼ିଏଲ)ର ମୁଖ୍ୟ ଅପରେସନ ସେବା ଅଧିକାରୀ ରାଜକୁମାର ରସ୍ତୋଗି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ୨୪ ଘଣ୍ଟା ନିରବଚ୍ଛିନ୍ନ ବିଦ୍ୟୁତ୍ ଶକ୍ତି ଯୋଗାଣ ପାଇଁ ଟିପିସିଓଡ଼ିଏଲ ସଂକଳ୍ପବଦ୍ଧ । ଏଥିପାଇଁ ବିଶେଷ ବ୍ୟବସ୍ଥା କରାଯାଉଛି ।

ଏଥିଲାଗି ୮ଟି ମୋବାଇଲ ଟିମ୍‌କୁ ରେଡ଼ି କରି ରଖାଯାଇଛି । ସମସ୍ୟା ହେଉଛି ଲୋ-ଭୋଲଟେଜ୍ । ଟ୍ରାନ୍ସଫରମର କାରଣରୁ ଲୋ ଭୋଲଟେଜ୍ ଉପୁଜିଲେ ଏହି ସମସ୍ୟା ସାମ୍ନାକୁ ଆସୁଛି । ତେଣୁ ସେ କ୍ଷେତ୍ରରେ ଟ୍ରାନ୍ସଫରମର ବଦଳାଇବା ପାଇଁ ବ୍ୟବସ୍ଥା କରାଯାଉଛି । ବିଭିନ୍ନ ସ୍ଥାନରେ ବିଜୁଳି ଚୋରି ରୋକିବା ସହିତ ଯେଭଳି ବିଦ୍ୟୁତ୍‌ଶକ୍ତି ଅପଚୟ ନ ହେବ ତାହା ଉପରେ ଗୁୁରୁତ୍ୱ ଦିଆଯାଉଛି ।

ହେବ ନାହିଁ ପାୱାରକଟ୍‌:TPCODL

ମୋଟ ଉପରେ ଏଥର ଖରାଦିନରେ ନିଜ ବିଜୁଳି ଯୋଗାଣ କ୍ଷେତ୍ର ଭିତରେ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ସେମାନେ ସଂକଳ୍ପବଦ୍ଧ ବୋଲି ସେ କହିଛନ୍ତି । ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା କାହା ଉପରେ ନିର୍ଭରଶୀଳ ନୁହେଁ । ଜଳ ବିଦ୍ୟୁତ୍ ଓ ତାପଜ ବିଦ୍ୟୁତ୍ କ୍ଷେତ୍ରରେ ଓଡ଼ିଶା ସେଭଳି ବିଦ୍ୟୁତ୍‌ଶକ୍ତି ଅଭାବର ସମ୍ମୁଖୀନ ହେଉନାହିଁ । ତେବେ ଯାହା କିଛି ସମସ୍ୟା ଉପୁଜୁଛି ତାହା ସାମୟିକ ।

ବିଦ୍ୟୁତ୍‌ଶକ୍ତି ଚୋରି ରୋକିବା ପାଇଁ ବିଦ୍ୟୁତ୍‌ଯୋଗାଣ କ୍ଷେତ୍ରରେ ଅନେକ ସଂସ୍କାର ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଶେଷକରି ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଭାବେ ପରିଚିିତି ଲାଭ କରିଥିବା ବେଳେ ଟିପିସିଓଡ଼ିଏଲ ପକ୍ଷରୁ ବିଦ୍ୟୁତ୍ ଯୋଗାଣ କ୍ଷେତ୍ରରେ ଅଭିନବ ବ୍ୟବସ୍ଥାକୁ ହାତକୁ ନିଆଯାଇଛି । ଉପକୂଳ ଜିଲ୍ଲା ଗୁଡ଼ିକରେ ବାତ୍ୟାଭଳି ସ୍ଥିତି ଉପୁଜୁଥିବାରୁ ନୂଆ ନୂଆ କାରିଗରୀ ଜ୍ଞାନକୌଶଳ ପ୍ରୟୋଗ ଉପରେ ଗୁରୁତ୍ୱ ଦିଆଯାଉଛି ।

ସେହିଭଳି ବିଜୁଳି ଶକ୍ତି ଯୋଗାଣ ହେଉଥିବା ଖୁଣ୍ଟଗୁଡ଼ିକର ସାମର୍ଥକୁ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି । ଆଗକୁ ଏ କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି । ଏଥିସହିତ ଟିପିସିଓଡ଼ିଏଲ ପକ୍ଷରୁ ଯୋଗାଇ ଦିଆଯାଉଥିବା ମିଟରଗୁଡ଼ିକ ଆଦୌ ତ୍ରୁଟିପୂର୍ଣ୍ଣ ନୁହେଁ, ବରଂ ଏକାଧିକ ପରୀକ୍ଷଣ ପରେ ଏହାକୁ ଗ୍ରାହକଙ୍କ ବ୍ୟବହାର ପାଇଁ ଯୋଗାଇ ଦିଆଯାଉଛି । ଯଦି ସେଭଳି କିଛି ତ୍ରୁଟି ଆସେ ତାହା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିିଭି ଭାରତ

ABOUT THE AUTHOR

...view details