ଓଡିଶା

odisha

By

Published : Nov 16, 2021, 5:13 PM IST

Updated : Nov 16, 2021, 7:34 PM IST

ETV Bharat / city

ଆଜିଠୁ ନନ୍ଦନକାନନରେ ଗଡ଼ିଲା ଟଏ ଟ୍ରେନ, ଯାତ୍ରା କଲେ ୨୨୨ ଯାତ୍ରୀ

ଆଜି(ମଙ୍ଗଳବାର)ଠୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଟଏ ଟ୍ରେନ ଗଡ଼ିବା ଆରମ୍ଭ କରିଛି । ଅଧିକ ପଢନ୍ତୁ

ଆଜିଠୁ ନନ୍ଦନକାନନରେ ଗଡ଼ିଲା ଶିଶୁ ରେଳ ଗାଡି
ଆଜିଠୁ ନନ୍ଦନକାନନରେ ଗଡ଼ିଲା ଶିଶୁ ରେଳ ଗାଡି

ଭୁବନେଶ୍ବର:ଆଜି(ମଙ୍ଗଳବାର)ଠାରୁ ନନ୍ଦନକାନନରେ ଗଡ଼ିଲା ଟଏ ଟ୍ରେନ । ଯାନ୍ତ୍ରିକ ତ୍ରୁଟି ପାଇଁ ବନ୍ଦ ରହିଥିଲା ଶିଶୁ ରେଳ ଗାଡି଼ । ଦୈନିକ 6 ଥର ଏହି ଟ୍ରେନ ଗଡ଼ିବ ବୋଲି ଜଣାପଡ଼ିଛି ।

ଶୁଭାରମ୍ଭର କେଇଟା ଦିନ ପରେ ଯାନ୍ତ୍ରିକ ତ୍ରୁଟି ପାଇଁ ବନ୍ଦ ପଡି଼ଥିଲା ଶିଶୁ ରେଳ ଗାଡି଼ । ତେବେ ଏହାକି RITES ପକ୍ଷରୁ ସବୁଜ ସଙ୍କେତ ଦିଆଗଲା ପରେ ଆଜିଠାରୁ ଗଡ଼ିଛି ଶିଶୁ ରେଳ ଗାଡି଼ । ତେବେ ଶିଶୁ ରେଳ ଗାଡିଟି ଦୈନିକ 6 ଥର ଗଡି଼ବ । ସକାଳ 10 ଟା, 11 ଟା, ମଧ୍ୟାହ୍ନ 12 ଟା ପର୍ଯ୍ୟନ୍ତ ଓ ଅପରାହ୍ନ 2ଟା, 3 ଟା ଓ 4 ଟା ସମୟ ପର୍ଯ୍ୟନ୍ତ ଗାଡିବ। ତେବେ ପ୍ରଥମ ଦିନରେ ଟଏ ଟ୍ରେନରେ ୨୨୨ ଯାତ୍ରୀ ଯାତ୍ରା କରିଥିବା ବେଳେ ବୟସ୍କ ୧୭୫ ଜଣ ଓ ଶିଶୁ ୪୭ ଜଣ ଥିବା ଜଣାପଡ଼ିଛି ।

ଏହି ଶିଶୁ ରେଳ ଗାଡି଼ ପାଇଁ 30 ମିନିଟ ପୂର୍ବରୁ ଟିକେଟ ଦିଆଯିବ । ବର୍ତ୍ତମାନ ସମୟରେ 72 ଜଣ ପର୍ଯ୍ୟଟକଙ୍କୁ ପ୍ରତି ଟ୍ରିପରେ ଯାଇପାରିବେ ବୋଲି ନନ୍ଦନକାନନ ପକ୍ଷରୁ ସୂଚନା ଦିଆଯାଇଛି । ଯାତ୍ରା ସମୟରେ ପର୍ଯ୍ୟଟକଙ୍କ କୋଭିଡ଼ ନିୟମ ପାଳନ ଉପରେ ନଜର ରଖାଯିବା ସହିତ ତାଙ୍କୁ ସତର୍କ କରାଯିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Nov 16, 2021, 7:34 PM IST

ABOUT THE AUTHOR

...view details