ଓଡିଶା

odisha

By

Published : Oct 14, 2021, 12:59 PM IST

ETV Bharat / city

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ନେଇ ଗଡିଲା ଟଏ ଟ୍ରେନ

ନନ୍ଦନକାନନରେ ଆରମ୍ଭ ହେଲା ଟଏ ଟ୍ରେନ ସେବା । ପ୍ରଥମ କରି ଆଜି(ଗୁରୁବାର) ପର୍ଯ୍ୟଟକଙ୍କୁ ନେଇ ଗଡିଛି ଟଏ ଟ୍ରେନ । ଅଧିକ ପଢନ୍ତୁ...

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ନେଇ ଗଡିଲା ଟୟ ଟ୍ରେନ
ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ନେଇ ଗଡିଲା ଟୟ ଟ୍ରେନ

ଭୁବନେଶ୍ବର: ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ନେଇ ଗଡିଲା ଟଏ ଟ୍ରେନ । ଟ୍ରେନରେ ପ୍ରତି ଯାତ୍ରାରେ 50 ଜଣ ପର୍ଯ୍ୟଟକ ଯାଇପାରିବାର ବନ୍ଦୋବସ୍ତ କରାଯାଇଛି । ନନ୍ଦନକାନନର ଜଙ୍ଗଲ ଓ କାଞ୍ଜିଆ ହ୍ରଦ ପାର୍ଶ୍ଵରେ ଏହି ଟଏ ରେଳ ଗାଡିରେ ପର୍ଯ୍ୟଟକମାନେ ସବୁଜିମାର ମଜା ନେଉଛନ୍ତି ।

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ନେଇ ଗଡିଲା ଟୟ ଟ୍ରେନ
12 ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ପାଇଁ ଟଏ ଟ୍ରେନର ଟିକେଟ୍ ମୂଲ୍ୟ ରହିଛି 50 ଟଙ୍କା । ଛୋଟ ପିଲାଙ୍କ ପାଇଁ (3-12) 30 ଟଙ୍କା ରହିଛି ଟିକେଟ । ପ୍ରତି 30 ମିନିଟରେ ଥରେ ଟ୍ରେନ ଚାଲିବ । ସକାଳ 9.30 ରୁ ଅପରାହ୍ନ 4.30 ପର୍ଯ୍ୟନ୍ତ ଏହି ଟ୍ରେନ ଚଳାଚଳ କରିବ । କେବଳ ମଧ୍ୟାହ୍ନ 1 ଟା ରୁ 2 ଟା ପର୍ଯ୍ୟନ୍ତ ବ୍ରେକ ରହୁଛି । ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।


ତେବେ ଅକ୍ଟୋବର 8 ତାରିଖରେ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ସମାରୋହରେ ନନ୍ଦନକାନନରେ ଶୁଭାରମ୍ଭ ହୋଇଥିଲା ଟଏ ଟ୍ରେନ । ଏହାକୁ ଶୁଭାରମ୍ଭ କରିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details