ଭୁବନେଶ୍ବର: ସନ୍ଧ୍ୟା ହେଲେ ଅନ୍ଧାରରେ ବିତୁଛି ଜୀବନ । ବର୍ଷା ଓ ପବନ ଆସିଲେ ଅବସ୍ଥା ବେହାଲ । ପିଲାଛୁଆଙ୍କୁ ଧରି ଗଣୁଛନ୍ତି ପ୍ରମାଦ । ଭୟ ଓ ଆଶଙ୍କାରେ କଟୁଛି ଦିନ । ମନେ ପଡୁଛି ସୂଦୂର ମହାରାଷ୍ଟ୍ରରେ ଥିବା ଭିଟାମାଟି । କାଦୁଅ ବିଲରେ ବସି ସରକାରୀ ସହାୟତାକୁ କରିଛନ୍ତି ଅପେକ୍ଷା । ଏହା ଧଉଳି ଛକ ପାଖରେ ଥିବା ଏକ ଦୃଶ୍ୟ ।
ଯେଉଁଠି ଲକଡାଉନ ଯୋଗୁଁ ଫସିରହିଛନ୍ତି 8ଟି ପରିବାରର 60 ଲୋକ । ପାଖରେ ନା ଟଙ୍କା ଅଛି ନା ଖାଇବାକୁ ରାସନ । ଯାହା କିଛି ଗଚ୍ଛିତ ଅର୍ଥ ଥିଲା ଏହା ଭିତରେ ଶେଷ ହୋଇଛି । ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ମଧ୍ୟ ମିଳିନି । ପ୍ରଥମ କିଛି ଦିନ ସ୍ଥାନୀୟ ସରପଞ୍ଚ ବଢାଇଥିଲେ ସହାୟତାର ହାତ । ହେଲେ ପରେ ମିଳିଲାନି ଦେଖା ଦର୍ଶନ ।