ଓଡିଶା

odisha

ETV Bharat / city

ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କୁ ଆକ୍ରମଣ; ଯବାନ ହେଲେ ଶୀକାର - ପର୍ଯ୍ୟଟକଙ୍କୁ ଆକ୍ରମଣ

ରାଜ୍ୟ ପର୍ଯ୍ୟଟନ ବିଭାଗର ‘ଅତିଥି ଦେବ ଭବଃ’ସ୍ଲୋଗାନ ଫେଲ ମାରିଛି। ପର୍ଯ୍ୟଟନ ଋତୁରେ ମଧ୍ୟ ପର୍ଯ୍ୟଟନସ୍ଥଳୀରେ ଉପଲବ୍ଧ ନାହିଁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା। ଆଉ ଏବେ ଆକ୍ରମଣର ଶୀକାର ହେଲେ ଜଣେ ଯବାନ ଓ ତାଙ୍କ ପରିବାର। ପଢନ୍ତୁ ଅଧିକ...

Tourist attack
Tourist attack

By

Published : Jan 12, 2020, 10:11 PM IST

ଭୁବନେଶ୍ବର: ଫେଲ ମାରିଲା ‘ଅତିଥି ଦେବ ଭବଃ’ । ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ। ଧଉଳି ବୁଲିବାକୁ ଆସିଥିବା କିଛି ପର୍ଯ୍ୟଟକ ହୋଇଛନ୍ତି ଆକ୍ରମଣର ଶିକାର। ଜଣେ ବିଏସଏଫ ଯବାନ ଓ ତାଙ୍କ ପରିବାର ହୋଇଛନ୍ତି ଆକ୍ରମଣର ଶୀକାର। ବୁଲିବାକୁ ଯାଉଥିବା ସମୟରେ ଗାଡି ସାମ୍ନାରେ ନିଶାସକ୍ତ ଅବସ୍ଥାରେ ପାଟିତୁଣ୍ଡ କରୁଥିଲେ କିଛି ଯୁବକ। ଗାଡି ହଟାଇବାକୁ କହିବାରୁ ଗଛ ଡାଳରେ ମରଣାନ୍ତକ ଭାବେ ସଂଘବଧ ହୋଇ ଆକ୍ରମଣ କରିଥିଲେ।

ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କୁ ଆକ୍ରମଣ


ଆକ୍ରମଣର ଶୀକାର ହୋଇଥିବା ପର୍ଯ୍ୟଟକ ଧଉଳି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଆକ୍ରମଣ କରିଥିବା ୬ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ସ୍ଥାନୀୟ ଯୁବକ ଥିବା ବେଳେ ଆଉ ୪ଜଣ ଜ୍ୟୋତି ମୋଟର ଓ ଟ୍ରୁ ଭାଲୁର କର୍ମଚାରୀ ବୋଲି ଜଣାପଡିଛି। ନିଶାସକ୍ତ ଅବସ୍ଥରେ ସେମାନେ ଏପରି କରିଥିବା ଆକ୍ରମଣର ଶୀକାର ହୋଇଥିବା ଯବାନ କହିଛନ୍ତି।

ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କୁ ଆକ୍ରମଣ


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details