ଭୁବନେଶ୍ବର:ନନନ୍ଦକାନନରେ ପର୍ଯ୍ୟଟକଙ୍କ ମନ ଜିଣୁଛନ୍ତି ଜୀବଜନ୍ତୁ । ଏଠାକୁ ଆସୁଥିବା ପର୍ଯ୍ୟଟକ ଯାହାର ଜୀବଜନ୍ତୁଙ୍କୁ ପାଳିବା ସଉକ ଥାଏ ସେମାନେ ନିଜ ମନ ପସନ୍ଦର ଜୀବଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରୁଛନ୍ତି । ଗତକାଲି(ମଙ୍ଗଳବାର) ଗୋଟିଏ ଦିନରେ ୭ଜଣ ଜୀବଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି ।
ରାଜ୍ୟ ତଥା ରାଜ୍ୟ ବହାରରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଅତି କମରେ ଏକ ମାସ ପର୍ଯ୍ୟନ୍ତ ପୋଷ୍ୟ ଗ୍ରହଣ କରିବାକୁ ଅନୁମତି ଦିଆଯାଉଛି । ଓଡ଼ିଶାର ମେଘନାଦ ମହାରଣା ଏକ ମାସ ପାଇଁ ଏକ ଆଲେକ୍ସଜାଣ୍ଡ୍ରାଇନ୍ ପାରାକେଟକୁ ସେପ୍ଟେମ୍ବର 13 ରୁ ଅକ୍ଟୋବର 12 ପର୍ଯ୍ୟନ୍ତ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ସେହିପରି ବିଜୟୱାଡାର ଶ୍ରୀବାଣୀ କୋଥାପାଲୀ ଏକ ପ୍ରଜାତିର ମାଙ୍କଡ଼ ଏବଂ ଗୋଟିଏ ଏକ ପ୍ରଜାତିର ହରିଣକୁ ଏକ ମାସ ପାଇଁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ସେହିପରି ତାମିଲନାଡୁର ଆତର୍ଭ ଗୋଟିଏ ନୀଳ ଶୁଆ ଏବଂ ଏକ ପ୍ରଜାତିର ପକ୍ଷୀକୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି ।