ଓଡିଶା

odisha

By

Published : Nov 28, 2019, 2:14 PM IST

ETV Bharat / city

ଦୁଇ ମହିଳାଙ୍କୁ ନେଇ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗ; ଜବାବ୍ ଦେଲେ ଜ୍ୟୋତି

ଦୁଇ ମହିଳାଙ୍କୁ ନେଇ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗରେ ପର୍ଯ୍ୟଟନ ମନ୍ତ୍ରୀଙ୍କ ପ୍ରତିକ୍ରିୟା | ମହିଳାଙ୍କ ଗସ୍ତ ପାଇଁ ସରକାରୀ ଖାତାରୁ ଟଙ୍କାଟିଏ ବି ଖର୍ଚ୍ଚ ହୋଇନି ଏବଂ ମୁଁ ନିୟମ ଭାଙ୍ଗିନି ବୋଲି କହିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ।

MINISTER REACTION
ଦୁଇ ମହିଳାଙ୍କୁ ନେଇ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗ, ସ୍ପଷ୍ଟୀକରଣ ରଖିଲେ ମନ୍ତ୍ରୀ

ଭୁବନେଶ୍ବର: ଦୁଇ ମହିଳାଙ୍କୁ ନେଇ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗରେ ମୁହଁ ଖୋଲିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ । ମହିଳାଙ୍କ ଗସ୍ତ ପାଇଁ ସରକାରୀ ଖାତାରୁ ଟଙ୍କାଟିଏ ବି ଖର୍ଚ୍ଚ ହୋଇନି । ଓଟିଡିସି ସମସ୍ତଙ୍କ ପାଇଁ ଖୋଲା । ମୁଁ କୌଣସି ଆଇନ ଭାଙ୍ଗି ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟୀକରଣ ରଖିଛନ୍ତି ।

ଦୁଇ ମହିଳାଙ୍କୁ ନେଇ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗ, ସ୍ପଷ୍ଟୀକରଣ ରଖିଲେ ମନ୍ତ୍ରୀ

ମନ୍ତ୍ରୀ ଦୁଇ ମହିଳାଙ୍କୁ ନେଇ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗକୁ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । କେଉଁ ଅଧିକାରରେ ମନ୍ତ୍ରୀ ସରକାରୀ ଖର୍ଚ୍ଚରେ ଏହି ଦୁଇ ମହିଳାଙ୍କୁ ସାଙ୍ଗରେ ନେଇଥିଲେ ବୋଲି ପ୍ରଶ୍ନ କରିଥିଲେ ବିରୋଧି । ଏଥିସହ ଏହାର ସ୍ପଷ୍ଟୀକରଣ ମାଗିବା ସହ ମନ୍ତ୍ରୀଙ୍କ ବହିସ୍କାର ଦାବି କରିଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details