ଓଡିଶା

odisha

ETV Bharat / city

ପର୍ଯ୍ୟଟନ ମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତର ଭିଡିଓ ଭାଇରାଲ - ହାଇଦ୍ରାବାଦ ଗସ୍ତର ଭିଡିଓ ଭାଇରାଲ

ବଢୁଛି ମନ୍ତ୍ରୀ ଜ୍ୟୋତି ପ୍ରକାଶଙ୍କ ଅଡୁଆ । ହାଇଦ୍ରାବାଦ ଗସ୍ତର ଭିଡିଓ ହେଲା ଭାଇରାଲ । ଏପଟେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତକୁ ନେଇ ଗୁରୁବାର ବିଧାନସଭାରେ ବିରୋଧୀଙ୍କ ଜବରଦସ୍ତ ହଙ୍ଗାମା । ଗୃହ ଭିତରେ ବିଧାୟକ ମନ୍ତ୍ରୀଙ୍କ ବିବୃତି ଦାବି କରିଥିବା ବେଳେ ଗୃହ ବାହାରେ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଚାହିଁଛନ୍ତି ।

PHOTO
ପର୍ଯ୍ୟଟନ ମନ୍ତ୍ରୀ

By

Published : Nov 28, 2019, 6:05 PM IST

ବାଲେଶ୍ବର: ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତକୁ ନେଇ ଗୁରୁବାର ବିଧାନସଭାରେ ବିରୋଧୀଙ୍କ ଜବରଦସ୍ତ ହଙ୍ଗାମା । ଗୃହ ଭିତରେ ବିଧାୟକ ମନ୍ତ୍ରୀଙ୍କ ବିବୃତି ଦାବି କରିଥିବା ବେଳେ ଗୃହ ବାହାରେ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଚାହିଁଛନ୍ତି । ଫଳରେ ଏହି ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି ପ୍ରସଙ୍ଗ ଉଠାଇ ପର୍ଯ୍ୟଟନ ମନ୍ତ୍ରୀଙ୍କ ଉପରେ ହମଲା କରିଥିଲେ । ପ୍ରଶ୍ନ କରିଥିଲେ ମନ୍ତ୍ରୀ ସରକାରୀ ଖର୍ଚ୍ଚରେ ନିଜ ଅତିଥି ସେବା କରିଛନ୍ତି । ମନ୍ତ୍ରୀ ଏହାକୁ ନେଇ କହିଛନ୍ତି ସେ କୌଣସି ସରକାରୀ ଅର୍ଥ ଖର୍ଚ୍ଚ କରିନାହାଁନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର


ଅନ୍ୟପଟେ ମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତର ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ଯାହାକୁ ନେଇ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଅଡୁଆ ବଢିବାରେ ଲାଗିଛି ।

ଭୁବନେଶ୍ବରରୁ ଅଜିତ୍ ଦାଶ ଏବଂ ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details