ଓଡିଶା

odisha

ETV Bharat / city

Odisha Assembly; ରାଜ୍ୟର ବଢୁଛି ଋଣ, ମୁଣ୍ଡପିଛା କେତେ ? - ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣଭାର କେତେ ଟଙ୍କାରେ ପହଞ୍ଚିବ? ଗତ 10 ବର୍ଷ ମଧ୍ୟରେ ମୁଣ୍ଡପିଛା ଋଣ ଭାର କେତେ ଥିଲା କେତେ ବୃଦ୍ଧିପାଇଛି? ରାଜ୍ୟର ଋଣଭାର ରାଜ୍ୟର ମୋଟ ଆଭ୍ୟନ୍ତରୀଣ ଉତ୍ପାଦ (GSDP) ର କେତେ ପ୍ରତିଶତ? ଅଧିକ ପଢନ୍ତୁ...

Odishaassembly
Odishaassembly

By

Published : Sep 6, 2021, 2:49 PM IST

Updated : Sep 6, 2021, 4:52 PM IST

ଭୁବନେଶ୍ବର:ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟର ଋଣଭାର କେତେ ଟଙ୍କାରେ ପହଞ୍ଚିବ? ଗତ 10 ବର୍ଷ ମଧ୍ୟରେ ମୁଣ୍ଡପିଛା ଋଣ ଭାର କେତେ ଥିଲା କେତେ ବୃଦ୍ଧି ପାଇଛି ? ରାଜ୍ୟର ଋଣଭାର ମୋଟ ଆଭ୍ୟନ୍ତରୀଣ ଉତ୍ପାଦ (GSDP) ର କେତେ ପ୍ରତିଶତ? ଆଜି ବିଧାନସଭାରେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନ ଜରିଆରେ ଅର୍ଥମନ୍ତ୍ରୀଙ୍କ ଠାରୁ ଉତ୍ତର ମାଗିଥିଲେ ।

ଜବାବରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟର ମୋଟ ଋଣର ପରିମାଣ 122917.25 କୋଟି ଟଙ୍କା ହେବ । ଏହା 2021-22 ଆର୍ଥିକ ବର୍ଷର ବଜେଟରେ ଆକଳନ କରାଯାଇଅଛି। 2011-12 ଆର୍ଥିକ ବର୍ଷରେ ମୁଣ୍ଡ ପିଛା ଋଣ ଭାର ପରିମାଣ 9144.40 ଟଙ୍କା ଥିଲା । ବର୍ତ୍ତମାନ ୧୦ ବର୍ଷ ପରେ ଏହା 2020-21 ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ପରିମାଣ 23761.83 ଟଙ୍କାରେ ପହଞ୍ଚିଛି।

ମହାଲେଖାକାର (ସିଏଜି) ଓଡିଶାଙ୍କ ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟର ଋଣଭାର 1 ଲକ୍ଷ 4 ହଜାର 312.12 କୋଟି ଟଙ୍କା ରହିଛି । ଯାହାକି ରାଜ୍ୟ ସକଳ ଘରୋଇ ଉତ୍ପାଦ(GSDP) ର 17.80 ପ୍ରତିଶତ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

Last Updated : Sep 6, 2021, 4:52 PM IST

ABOUT THE AUTHOR

...view details