ଭୁବନେଶ୍ବର: କୋରୋନା ଆତଙ୍କ ଭିତରେ ଓଡିଶାକୁ ମିଳିଛି ଆଶ୍ବସ୍ତି । ଶୁକ୍ରବାର ରାଜ୍ୟ ପାଇଁ ଆସିଛି ଭଲ ଖବର । 10 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ପୂର୍ବରୁ 2 ଜଣ ସୁସ୍ଥ ହୋଇଥିବାବେଳେ ମୋଟ ଡିସଚାର୍ଜ ସଂଖ୍ୟା 12 ରହିଛି ।
ସେହିପରି ଏବେ ଯାଏଁ ରାଜ୍ୟରେ ମୋଟ 3547ଟି ଟେଷ୍ଟ ହୋଇଛି । ଶୁକ୍ରବାର 298ଟି ଟେଷ୍ଟ ହୋଇଥିବାବେଳେ 296ଟି ନେଗେଟିଭ ଥିଲା । ବାକି 2 ଜଣଙ୍କର ନମୁନ ପଜିଟିଭ ଆସିଥିଲା ।