ଓଡିଶା

odisha

ETV Bharat / city

ତୋଷାଳି ମେଳାର ମୁଖ୍ୟ ଆକର୍ଷଣ ‘ନଡା ତିଆରି ଫଟୋ ଫ୍ରେମ’

ରାଜଧାନୀର ତୋଷାଳି ମେଳାର ମୁଖ୍ୟ ଆକର୍ଷଣ ନଡାରୁ ତିଆରି ଫଟୋ ଫ୍ରେମ । ଧାନ ଚାଷ ପରେ ଅଦରକାରୀ ନଡାକୁ ନେଇ ବିଭିନ୍ନ ଡିଜାଇନର ଫଟୋ ସହ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି ।

By

Published : Dec 25, 2019, 10:34 AM IST

toshali mela 2019 at bhubaneswar
ଫଟୋ ସୌଜନ୍ୟ: ପ୍ରତିନିଧି,ଭୁବନେଶ୍ବର

ଭୁବନେଶ୍ବର: ତୋଷାଳି ମେଳାର ମୁଖ୍ୟ ଆକର୍ଷଣ ନଡାରୁ ତିଆରି ଫଟୋ ଫ୍ରେମ । ଧାନ ଚାଷ ପରେ ଅଦରକାରୀ ନଡାକୁ ନେଇ ବିଭିନ୍ନ ଡିଜାଇନର ଫଟୋ ସହ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି । ଏହା ତୋଷାଳି ମେଳାରେ ଦର୍ଶକ ତଥା କ୍ରେତା ମାନଙ୍କୁ ବେଶ ଆକୃଷ୍ଟ କରିଛି ।

ତୋଷାଳି ମେଳାର ମୁଖ୍ୟ ଆକର୍ଷଣ ନଡାରୁ ତିଆରି ଫଟୋ ଫ୍ରେମ

ରାଜଧାନୀରେ ଚାଲିଛି 14 ତମ ତୋଷାଳି ମେଳା । ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ହସ୍ତକାରିଗର ଆସିଛନ୍ତି । ଆଉ ଏ ସବୁ ଭିତରେ ବେଶ ବାରି ହୋଇ ଯାଉଛି ନଡାରୁ ତିଆରି ଫଟୋ ଫ୍ରେମ । କେନ୍ଦୁଝର ଜିଲ୍ଲାରୁ ଆସିଥିବା ଏହି କାରିଗର ମାନେ ଅଦରକାରୀ ନଡାରୁ ପ୍ରସ୍ତୁତ କରୁଛନ୍ତି ଅନେକ ମନଲୋଭା ଫୋଟୋ ଫ୍ରେମ ସହ ବିଭିନ୍ନ ଆକର୍ଷଣୀୟ ଆସବାବ ପତ୍ର । ଧାନ ଚାଷ ପରେ ରହିଯାଉଥିବା ନଡା ଓ ଘର ଛାତ ଉପରେ ପଡି ରହିଥିବା ନଡାକୁ ବ୍ୟବହାର କରି ଅନେକ ଦେବାଦେବୀ, ସହ ସିନେରୀ ଫଟୋ ଫ୍ରେମ ସବୁ ତିଆରି କରୁଛନ୍ତି । 200 ଟଙ୍କାରୁ ଆରମ୍ଭ କରି 20000 ଟଙ୍କା ପର୍ଯ୍ୟନ୍ତ ଜିନିଷ । ଏହି ମେଳାରେ ଭଲ ବ୍ୟବସାୟ ହେବାର ଆଶା ରଖିଛନ୍ତି କାରୀଗର ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details