ଭୁବନେଶ୍ବର: ଉଦଯାପିତ ହେଲା 15ତମ ଜାତୀୟ ତୋଷାଳି ମେଳା । ଏହି ମେଳାରେ ଦେଶର ବିଭିନ୍ନ ରାଜ୍ୟର ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ କୁଶଳୀ କାରିଗର, ବୁଣାକାର ସାମିଲ ହୋଇଥିଲେ । କୋଭିଡ ମହାମାରୀ ସମୟରେ କାରିଗର ସଂଘର୍ଷମୟ ସ୍ଥିତିରେ ଅର୍ଥନୀତିକୁ ଏକ ପ୍ରକାର ସୁଧାରିପାରିଛି । କାରଣ ଚଳିତ ବର୍ଷ ତୋଷାଳୀ ମେଳାରେ 12 କୋଟିରୁ ଊର୍ଦ୍ଧ୍ବ ବିକ୍ରି ହୋଇଛି ।
ବୁଣାକାର, ହସ୍ତଶିଳ୍ପ କାରିଗରମାନଙ୍କ ଦ୍ୱରା ତିଆରୀ ସାମଗ୍ରୀ ବିକ୍ରି ପାଇଁ ଆବଶ୍ୟକ ବଜାର ସୃଷ୍ଟିକରି ସେମାନଙ୍କୁ ସ୍ୱାବଲମ୍ବୀ କରିବା ତୋଷାଳି ମେଳାର ମୁଖ୍ୟ ଲକ୍ଷ୍ୟ । ଏହି ଉଦ୍ଦେଶ୍ୟକୁ ନେଇ ବୁଣାକାରମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିବାଦନ ଜଣାଇବା ସହ କାରିଗରମାନେ ବି ଧନ୍ୟବାଦ ଜଣାଇଛନ୍ତି । ତେବେ ଚଳିତ ବର୍ଷ ତୋଷାଳି ମେଳାରେ ୧୫ ଦିନ ମଧ୍ୟରେ ୧୨ କୋଟିରୁ ଊର୍ଦ୍ଧ୍ବ ବିକ୍ରି ହୋଇଥିବା ସୂଚନା ମିଳିଛି । ଶେଷ ଦିନରେ ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼ ଏସ ମୁରଲୀଧରନ ମେଳା ବୁଲି ଦେଖିଥିଲେ । ଏଥିସହ ବିଭାଗୀୟ ଶାସନ ସଚିବ ଶୁଭା ଶର୍ମା ଏବଂ ବହୁ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।