ଭୁବନେଶ୍ବର: ବାଂଲାଦେଶ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ଫଳରେ ରାଜ୍ୟରେ ଆରମ୍ଭ ହୋଇଛି କାଳବୈଶାଖୀ ବର୍ଷା । ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।
ରାଜ୍ୟରେ କାଳବୈଶାଖୀ, ଆହୁରି 24 ଘଣ୍ଟା ବର୍ଷିବ - bhubaneswar
ରାଜ୍ୟର ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ ସହ ବାଲେଶ୍ଵର, ଭଦ୍ରକ, ମୟୁରଭଞ୍ଜ, ଫୁଲବାଣୀ, ମାଲକାନଗିରି ଆଦି ଜିଲ୍ଲାରେ କାଳ ବୈଶାଖୀ ଜନିତ ବର୍ଷା ହେବା ନେଇ ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ଦେଇଛି।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ରାଜ୍ୟର ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ ସହ ବାଲେଶ୍ଵର, ଭଦ୍ରକ, ମୟୁରଭଞ୍ଜ, ଫୁଲବାଣୀ, ମାଲକାନଗିରି ଆଦି ଜିଲ୍ଲାରେ କାଳ ବୈଶାଖୀ ଜନିତ ବର୍ଷା ହେବା ନେଇ ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ଦେଇଛି। ସୋମବାର କାଳବୈଶାଖୀ ପ୍ରଭାବରେ ଯାଜପୁରର କୋରି ଅଞ୍ଚଳରେ ସର୍ବାଧିକ 13.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେପଟେ ଭୁବନେଶ୍ୱରରେ 0.2 ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । ଅନ୍ୟପଟେ ମାଲକାନଗିରିରେ ସର୍ବାଧିକ 37 ଡିଗ୍ରୀ ତାପମାତ୍ରା ଥିବାବେଳେ ସର୍ବନିମ୍ନ 13.5 ଡିଗ୍ରୀ ତାପମାତ୍ର ସୁନ୍ଦରଗଡ ଜିଲ୍ଲାରେ ରେକର୍ଡ କରାଯାଇଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ