ଓଡିଶା

odisha

ETV Bharat / city

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ETV BHARAT NEWS

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jun 7, 2020, 9:00 AM IST

1.ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଆଜି ରାଜ୍ୟ କ୍ୟାବିନେଟ ବୈଠକ ଅପରାହ୍ନ 1ଟା 30ମିନିଟରେ ବସିବ । ଏଥିରେ ସଂସ୍କୃତି ବିଭାଗର କିଛି ପ୍ରସ୍ତାବ ରହିଥିବା ବେଳେ ମୋଟ 6ଟି ପ୍ରସ୍ତାବ ଉପରେ ଆଲୋଚନା ହେବା ସମ୍ଭାବନା ରହିଛି । ଏଥିରେ ‘ବନ୍ଦେ ଉତ୍କଳ ଜନନୀ’କୁ ମିଳିପାରେ ରାଜ୍ୟ ସଙ୍ଗୀତ ମାନ୍ୟତା ।

2. ରାଜ୍ୟରେ ସୁସ୍ଥ ହେଲେ ଆଉ 112 କୋରୋନା ଆକ୍ରାନ୍ତ

ଆଶ୍ବସ୍ତ ! ରାଜ୍ୟରେ ସୁସ୍ଥ ହେଲେ ଆଉ 112 କୋରୋନା ଆକ୍ରାନ୍ତ । ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା 1716ରେ ପହଞ୍ଚିଛି ।

3.ଲଘୁଚାପ ବର୍ଷାରେ ଭିଜିବ ଓଡିଶା, 11 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଲଘୁଚାପ ପ୍ରଭାବରେ ରାଜ୍ୟରେ ୮ ତାରିଖରୁ ବଢ଼ିବ ବର୍ଷାର ପରିମାଣ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡିକ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

4. ସୋମବାରଠୁ OSRTC ବସ ସେବା, 66 ରୁଟରେ ଗଡିବ ୯୬ଟି ବସ

ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସଡକ ପରିବହନ ନିଗମ ୬୬ଟି ରୁଟରେ ଗଡାଇବ ବସ । ୯୬ଟି ବସ୍ ସୋମବାରଠାରୁ ଗଡିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସଡକ ପରିବହନ ନିଗମ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ।

5. ଉତ୍କଳ ବିଶ୍ବବିଦ୍ୟାଳୟରେ କୋରୋନା, ତିନି ବିଭାଗକୁ ସିଲ କଲା କର୍ତ୍ତୃପକ୍ଷ

କୋରୋନା ଜାଲରେ ଉତ୍କଳ ବିଶ୍ଵବିଦ୍ୟାଳୟ । ସିଲ ହୋଇଛି 3 ବିଭାଗ । ଜଣେ ବିଶ୍ବବିଦ୍ୟାଳୟର କର୍ମଚାରୀ କୋରୋନା ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ରହିଛି । ତେବେ ବିଶ୍ବବିଦ୍ୟାଳୟ ପାଇଁ ଏହା ଏବେ ଚିନ୍ତାର ବିଷୟ ପାଲଟିଛି ।

6.ଦେଶରେ କୋରୋନା ପଜିଟିଭ ସଂଖ୍ୟା 2ଲକ୍ଷ 36ହଜାର, 1ଲକ୍ଷ 14ହଜାର ସୁସ୍ଥ

ଦେଶରେ କୋରୋନା ପଜିଟିଭ ସଂଖ୍ୟା 2ଲକ୍ଷ 36ହଜାର 6ଶହ 57ରେ ପହଞ୍ଚିଛି । ସେହିପରି ମୋଟ ମୃତ୍ୟୁ ସଂଖ୍ୟା 6642ରେ ପହଞ୍ଚିଛି । ମୋଟ 1ଲକ୍ଷ 14ହଜାର 73 ଜଣ ଡିସଚାର୍ଜ ହୋଇଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା 1ଲକ୍ଷ 15ହଜାର 9ଶହ 42 ରହିଛି । ଏନେଇ ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

7.ଆଇଆଇଟି ହାଇଦ୍ରାବାଦକୁ ସଫଳତା, 20 ମିନିଟରେ ଚିହ୍ନଟ ହେବ କୋଭିଡ-19

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ହାଇଦ୍ରାବାଦର ଏକ ଗବେଷକ ଦଳକୁ ମିଳିଛି ବଡ ସଫଳତା । ଏହି ଦଳ ଦାବି କରିଛି କି ସେମାନେ ସ୍ବଳ୍ପ ମୂଲ୍ୟରେ ଏକ ଏପରି ଟେଷ୍ଟିଂ କିଟ୍‌ ପ୍ରସ୍ତୁତ କରିଛନ୍ତି ଯାହା ମାତ୍ର 20 ମିନିଟରେ କୋଭିଡ-19 ଚିହ୍ନଟ କରିବାରେ ସକ୍ଷମ ।

8.ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ଆତ୍ମନିର୍ଭର ଭାରତରେ ଓଡି଼ଶାର ସ୍ଥିତି ସୁଦୃଢ: ଧର୍ମେନ୍ଦ୍ର ପ୍ରଧାନ

ଉତ୍ତମ ଭିତ୍ତିଭୂମି ଓ ଉତ୍ତମ ଯୋଗାଯୋଗ ସୁବିଧା ମାଧ୍ୟମରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଆଗକୁ ନେବା ପାଇଁ ଗୁରୁତ୍ବାରୋପ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡି଼ଶାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ ସମୟରେ ଧର୍ମେନ୍ଦ୍ର ଏହି ମତ ରଖିଛନ୍ତି ।

9.କମିଶନରେଟ ପୋଲିସରେ ବଡ ଧରଣର ଅଦଳ ବଦଳ, ବଦଳିଲେ 15 ଇନିସ୍ପେକ୍ଟର, 4 ସବ ଇନିସ୍ପେକ୍ଟର

ବଦଳି ହେଲେ 4 ସବ-ଇନିସ୍ପେକ୍ଟର ଓ 15 ଇନିସ୍ପେକ୍ଟର । ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଏମାନଙ୍କୁ ବଦଳି କରାଯାଇଛି । ଏନେଇ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

10.ଭାରତରେ ହେବ 2022 ଫିଫା ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ

କ୍ବାତାର 2022 FIFA ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଆୟୋଜନ କରିବ ଭାରତ । ଏନେଇ ଏସିଆନ ଫୁଟବଲ ଫେଡେରେସନର ଘୋଷଣା ।

ABOUT THE AUTHOR

...view details