ଓଡିଶା

odisha

ETV Bharat / city

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

top news
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jun 8, 2020, 8:57 AM IST

1. ବିମାନ ଦୁର୍ଘଟଣାଗ୍ରସ୍ତ, 2 ମୃତ

ଢେଙ୍କାନାଳର ବିରାଶାଳ ଏଆରଷ୍ଟ୍ରିପରେ ବିମାନ ଦୁର୍ଘଟଣା । 2ଜଣ ପାଇଲଟଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ଜଣେ ମହିଳା ।

2. ଆଜିଠୁ ଆରମ୍ଭ ହେଲା ଆନ୍ତଃରାଜ୍ୟରେ ଟ୍ରେନ ଚଳାଚଳ

ଆଜିଠୁ ଓଡିଶା ଭିତରେ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ 6 ଟି ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ପୂର୍ବତଟ ରେଳ ପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

3. ଆଜିଠୁ ସ୍କୁଲରେ ଆରମ୍ଭ ହେବ ନାମଲେଖା

ଆଜିଠୁ ରାଜ୍ୟର ବିଭିନ୍ନ ସ୍କୁଲରେ ନାମଲେଖା କାର୍ଯ୍ୟ ଆରମ୍ଭ ହେବ । ସକାଳ 7ଟାରୁ 9ଟା 30 ମଧ୍ୟରେ ଛାତ୍ରଛାତ୍ରୀଙ୍କ ନାମ ଲେଖାଇପାରିବେ ଅଭିଭାବକ ।

4. ଆଜିଠୁ ଯୁକ୍ତ 2 ଅଫ୍‌ଲାଇନ୍‌ ଖାତାଦେଖା

ଆଜିଠୁ(ସୋମବାର)ଯୁକ୍ତ 2 କଳା ଓ ଧନ୍ଦାମୂଳକ ପରୀକ୍ଷା ଖାତାର ଅଫଲାଇନ ମୂଲ୍ୟାଙ୍କନ କରାଯିବ । 66 ଟି ମୂଲ୍ୟାୟନ କେନ୍ଦ୍ରରେ ଏହି ଖାତା ଦେଖାହେବ ।

5. ଲକଡାଉନ ନେଲା ଚାକିରି, ମାନସିକ ଚାପରେ ପୋଖରୀକୁ ଡେଇଁଲେ ଯୁବତୀ

ଲକଡାଉନ ନେଲା ଚାକିରି । ମାନସିକ ଚାପରେ ପୋଖରୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳର ଘଟଣା ।

6. ନୀଳାଚଳେ ଜଗନ୍ନାଥ: ଜାଣନ୍ତୁ କେଉଁ ଦ୍ବାରରେ କେଉଁମାନେ କରନ୍ତି ପ୍ରବେଶ

ଶ୍ରୀକ୍ଷେତ୍ର, ଶ୍ରୀଧାମ, ନୀଳଶୈଳକୁ ପ୍ରବେଶ କରିବା ପାଇଁ ରହିଛି ଚାରିଦ୍ବାର । ଏହି ଦ୍ବାରର ମହାତ୍ମ୍ୟ ନିଗୁଢ ତତ୍ତ୍ବରେ ଆଚ୍ଛନ୍ନ । ଅଧିକ ପଢନ୍ତୁ...

7. କୋରୋନା ସଂକ୍ରମିତ ମାମଲାରେ ଚୀନକୁ ଟପିଲା ମହାରାଷ୍ଟ୍ର

ମହାରାଷ୍ଟ୍ରରେ ଅତି ଉଦବେଗଜନକ ଭାବେ ବଢିଚାଲିଛି କୋରୋନା ମାମଲା । ରବିବାର ରିପୋର୍ଟ ଆଧାରରେ ଚୀନ ଭଳି ଗୋଟିଏ ଦେଶକୁ ସଂକ୍ରମିତ ମାମଲାରେ ପଛରେ ପକାଇଛି ମହାରାଷ୍ଟ୍ର । ଅଧିକ ପଢନ୍ତୁ...

8. PIB ଡିଜିଙ୍କୁ କୋରୋନା

ପ୍ରେସ୍ ଇନଫରମେସନ ବ୍ୟୁରୋର ପ୍ରିନ୍ସିପାଲ୍ ଡାଇରେକ୍ଟର ଜେନେରାଲ୍ କେଏସ୍ ଧତୱାଲିଆଙ୍କୁ କୋରୋନା ।

9. ରୋଗୀଙ୍କ ଉପକାର ପାଇଁ ଅଣଅନୁମୋଦିତ ଔଷଧ ରପ୍ତାନୀ କରିପାରିବ ଡାକ୍ତରଖାନା

ନୂତନ ଡ୍ରଗ୍ସ ଓ କ୍ଲିନିକାଲ ଟ୍ରାଏଲ ନିୟମ 2019 ଅନୁଯାୟୀ ଡାକ୍ତରଖାନା କିମ୍ବା ଚିକିତ୍ସା ପ୍ରତିଷ୍ଠାନ ରୋଗୀଙ୍କ ଉପକାର ପାଇଁ ଅଣଅନୁମୋଦିତ ଔଷଧ ରପ୍ତାନୀ କରିପାରିବେ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ଆଇନ ଅଣାଯାଇଛି । ଅଧିକ ପଢନ୍ତୁ...

10. ସୋପିଆନରେ ଏନକାଉଣ୍ଟର ଜାରି, 4-5 ଆତଙ୍କୀଙ୍କୁ ସେନା ଘେରି ରହିଥିବା ସୂଚନା

ଜମ୍ମୁକାଶ୍ମୀର ସୋପିଆନର ପିଞ୍ଜୋରୋ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଚାଲିଛି ଗୁଳିବିନିମୟ। କର୍ଡନ କରାଯାଇଥିବା ଅଞ୍ଚଳରେ କିଛି ଆତଙ୍କବାଦୀ ଫସି ରହିଥିବା ବେଳେ ସେନା ସେମାନଙ୍କୁ ଘେରି ରହିଛି।

ABOUT THE AUTHOR

...view details