ଓଡିଶା

odisha

ETV Bharat / city

TOP NEWS@1 PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର

ହୋମଗାର୍ଡ ଓ ଅଗ୍ନିଶମ ବିଭାଗର ଡିଜି ଭାବେ ଅତିରିକ୍ତ ଦାୟିତ୍ବ ନେଲେ ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି । ସ୍ବତନ୍ତ୍ର ଗୁଇନ୍ଦା ଡିଜି ଭାବରେ ଅତିରିକ୍ତ ଦାୟିତ୍ବରେ ରହିବେ ସତ୍ୟଜିତ । ପୂର୍ବତନ ଅଗ୍ନିଶମ ଡିଜି ସୁନୀଲ ରଏଙ୍କ ଅବସର ପରେ ସତ୍ୟଜିତ ମହାନ୍ତିଙ୍କୁ ଏହି ଦାୟିତ୍ବ ଦିଆଯାଇଛି । ଜାଣନ୍ତୁ ଦିନ ଗୋଟାଏ ଯାଏଁର ଟପ୍‌ ଖବର...

TOP NEWS @ 1 PM
TOP NEWS @ 1 PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର

By

Published : Jun 1, 2020, 1:01 PM IST

Updated : Jun 1, 2020, 3:08 PM IST

1.ଅଗ୍ନିଶମ ବିଭାଗର ଡିଜି ଭାବେ ଦାୟିତ୍ବ ନେଲେ ସତ୍ୟଜିତ ମହାନ୍ତି

ହୋମଗାର୍ଡ ଓ ଅଗ୍ନିଶମ ବିଭାଗର ଡିଜି ଭାବରେ ଅତିରିକ୍ତ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି । ଦାୟିତ୍ବ ଗ୍ରହଣ ପରେ ହୋମଗାର୍ଡଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେବାକୁ କହିଲେ ଅଫିସର ମହାନ୍ତି ।

2. ରାଜ୍ୟରେ 2 ହଜାର ଟପିଲା କୋରୋନା ପଜିଟିଭ ସଂଖ୍ୟା

ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ 156 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା 2104କୁ ବୃଦ୍ଧି ପାଇଥିବା ବେଳେ ସକ୍ରିୟ ସଂଖ୍ୟା 969 ରହିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

3. ବରମୁଣ୍ଡାରେ ବସ ଚାଳକଙ୍କ ଧାରଣା

ତାତିଲେ ଚାଳକ ସଂଘ । 3 ଦଫା ଦାବିକୁ ନେଇ ବରମୁଣ୍ଡାରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଓଡିଶା ମୋଟର ଚାଳକ ସଂଘ ।

4. ଝାରସୁଗୁଡାରୁ ଉଡିଲା ଏଲାଏନ୍ସ ଏୟାର

ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଉଡିଲା ଏଲାଏନ୍ସ ଏୟାର ବିମାନ । କୋଭିଡ୍‌‌ 19 ପାଇଁ ବିମାନ ସେବା ବନ୍ଦ ଥିବାବେଳେ ଆଜିଠାରୁ ଏଲାଏନ୍ସ ଏୟାର ବିମାନ ପୁଣି ସେବା ଆରମ୍ଭ କରିଛି ।

5. WHOକୁ ଭାରତର ଝଟକା, କୋରୋନା ବିରୋଧରେ ଏକାକି ଲଢିବ ଦେଶ

କୋରୋନା ଚିକିତ୍ସାରେ ହାଇଡ୍ରୋକ୍ସିକ୍ଲୋରୋକ୍ବିନ ବିପଜ୍ଜନକ ହେବା ଡବ୍ଲୁଏଚଓ କହିବାପରେ, ଭାରତୀୟ ବୈଜ୍ଞାନିକମାନେ ଏହା ଭୁଲ ପ୍ରମାଣିତ କରି ଡବ୍ଲୁଏଚଓକୁ କଡା ଯବାବ ଦେଇଛନ୍ତି ।

6. ଚୀନ ସହ ସୀମା ବିବାଦ ଶୀଘ୍ର ସମାଧାନ ହେବ ବୋଲି ଆଶା: ଅମିତ ଶାହା

ବର୍ତ୍ତମାନର ସୀମା ବିବାଦକୁ ନେଇ କୂଟନୈତିକ ଏବଂ ସାମରିକ ସ୍ତରରେ ଚୀନ୍ ସହ ଆଲୋଚନା ଚାଲିଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି । ଏଥିସହ ମୁଁ ଆଶା କରୁଛି ଚୀନ ସହ ସୀମା ବିବାଦ ଶୀଘ୍ର ସମାଧାନ ହେବ ବୋଲି ଅମିତ ଶାହ କହିଛନ୍ତି ।

7. କ୍ବାରେଣ୍ଟାଇନରେ ଉତ୍ତରାଖଣ୍ଡ ସିଏମଙ୍କ ସମେତ ପୁରା କ୍ୟାବିନେଟ

ଉତ୍ତରାଖଣ୍ଡର ଜଣେ କ୍ୟାବିନେଟ ମନ୍ତ୍ରୀ କୋରୋନା ପଜିଟିଭ ମିଳିବା ପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ସମେତ ପୁରା କ୍ୟାବିନେଟ ହୋମ କ୍ବାରେଣ୍ଟାଇନରେ ।
8. 200 ସ୍ବତନ୍ତ୍ର ଟ୍ରେନ ଚଳାଚଳକୁ ନେଇ ତିନି ରାଜ୍ୟର ବିରୋଧ

ଆଜିଠାରୁ ସମଗ୍ର ଦେଶରେ 200 ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ। ଏହା ମଧ୍ୟରେ ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ।

9. ‘ଆମେ ଜାତିଗତ ସମାନତାକୁ ସମର୍ଥନ କରୁଛୁ’

ଆମେରିକାରେ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁରେ କରାଯାଉଥିବା ବିକ୍ଷୋଭକୁ ସମର୍ଥନ କରି ଗୁଗୁଲ ଓ ୟୁଟ୍ୟୁବ ରବିବାର ନିଜ ନିଜର ହୋମ ପେଜରେ କଳା ରିବନ ପ୍ରଦର୍ଶନ କରିଛନ୍ତି ।
10. ସର୍ତ୍ତ ରଖି WHO ସହ ପୁଣି ଥରେ ସମ୍ପର୍କ ଯୋଡିବାକୁ ସଙ୍କେତ ଦେଲା ଆମେରିକା

ମହାମାରୀ କୋରୋନା ବିଷୟରେ ଚୀନ ବିଶ୍ବବାସୀଙ୍କ ଠାରୁ ଲୁଚେଇ ରଖିଥିଲା । ତଦନ୍ତ ଦିଗରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଚୀନକୁ ସମର୍ଥନ କରୁଥିବା ଅଭିଯୋଗରେ WHO ସହ ସମସ୍ତ ସମ୍ବନ୍ଧ କାଟିଛି ଆମେରିକା ।

Last Updated : Jun 1, 2020, 3:08 PM IST

ABOUT THE AUTHOR

...view details