ଭୁବନେଶ୍ବର: କଳା ସ୍ଥାପତ୍ୟର ଦେଶ ଭାବେ ଭାରତ ବିଶ୍ବବିଦିତ । ଭାରତ ମଧ୍ୟରେ କଳାନୈପୁଣ୍ୟତା ପାଇଁ ଓଡ଼ିଶାର ସ୍ଥାନ ସ୍ବତନ୍ତ୍ର । ସେଇ ଏକଦା ଓଡ଼ିଶା ଇର୍ଷ କଳାତ ରାଜ୍ୟ ଉତ୍କଳ' ନାମରେ ଆଦୃତି ଲାଭ କରିଲା । ଓଡ଼ିଶା ବସ୍ତ୍ର ମଧ୍ୟରେ ମୁଖ୍ୟତଃ ବାନ୍ଧକଳା କେବଳ ଆମ ରାଜ୍ୟ ନୁହେଁ ସମଗ୍ର ଦେଶ ତଥା ବିଶ୍ବକୁ ରୁଦ୍ଧିମନ୍ତ କରିପାରିଛି । ଦେଶର ସମସ୍ତ ହସ୍ତତନ୍ତ କଳା ଗୋଟିଏ ସ୍ଥାନରେ ପ୍ରଦର୍ଶିତ କରାଇବା ପାଇଁ ଓଡ଼ିଶା ସରକାରଙ୍କ ଦ୍ବାରା ଇଡ୍କୋ ପ୍ରଦର୍ଶନୀ ପଡ଼ିଆ, ୟୁନିଟ୍-୩, ଭୁବନେଶ୍ବରଠାରେ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାର ଆୟୋଜନ କରାଯାଇଛି ।
ତଥା ଏହାରି ବାଣିଜ୍ୟିକ ଆଭିମୁଖ୍ୟକୁ ତ୍ବରାନ୍ବିତ କିରବା ପାଇଁ ଏହାର ମୁଖ୍ୟ ଲକ୍ଷ୍ୟ । ଓଡ଼ିଶାର ବାନ୍ଧବସ୍ତ୍ର ପରି ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ, ଗୁଜୁରାଟର ପଟୋଲା, ଲକ୍ଷୌର ଚିକାନକାରୀ, କାଶ୍ମୀର ପଶ୍ଚିନ-ସାଲ, ତାମିଲନାଡୁର ପଟୁଶାଢ଼ି, ଦିଲ୍ଲୀ, ହରିୟାଣାର ଫର୍ନିସ ବସ୍ତ୍ର, ପଞ୍ଜାବର କମଳି ଓ କର୍ଣ୍ଣାଟକର ସିଲକ୍ ଶାଢ଼ି ଆଦି ହସ୍ତତନ୍ତ ଏଠାରେ ପ୍ରଦର୍ଶନ କରାଯିବ । ଏହି ବିଂଶତମ ‘ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା' ଜାନୁଆରୀ ୨୦ ତାରିଖଠାରୁ ଫେବୃଆରୀ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ।