ଓଡିଶା

odisha

ETV Bharat / city

ରାତି ପାହିଲେ ସ୍ବାୟତ୍ତ ଶାସନ ଦିବସ, ବିଏମସି କାର୍ଯ୍ୟକାରିତାକୁ ନେଇ ଉଠୁଛି ପ୍ରଶ୍ନ

ରାତି ପାହିଲେ ଭୁବନେଶ୍ବର ମହାନଗର ନିଗମ ପାଳନ କରିବ ସ୍ବାୟତ୍ତ ଶାସନ ଦିବସ। ଏହା ପୂର୍ବରୁ ବିପର୍ଯ୍ୟସ୍ଥ ଡ୍ରେନେଜ ବ୍ୟବସ୍ଥା, ରାସ୍ତାଘାଟ ସମସ୍ୟା, ଟ୍ରାଫିକ, ଜଳବନ୍ଦୀ ସମସ୍ୟା ସହ ସ୍ବଚ୍ଛତାକୁ ନେଇ ଉଠିଛି ପ୍ରଶ୍ନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 30, 2019, 9:18 PM IST

ଭୁବନେଶ୍ବର: ରାତି ପାହିଲେ ଭୁବନେଶ୍ବର ମହାନଗର ନିଗମ ପାଳନ କରିବ ସ୍ବାୟତ୍ତ ଶାସନ ଦିବସ । ଏହା ପୂର୍ବରୁ ବିପର୍ଯ୍ୟସ୍ଥ ଡ୍ରେନେଜ ବ୍ୟବସ୍ଥା, ରାସ୍ତାଘାଟ ସମସ୍ୟା, ଟ୍ରାଫିକ, ଜଳବନ୍ଦୀ ସମସ୍ୟା ସହ ସ୍ବଚ୍ଛତାକୁ ନେଇ ଉଠିଛି ପ୍ରଶ୍ନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପ୍ରତିବର୍ଷ ସ୍ବାୟତ୍ତ ଶାସନ ଦିବସରେ ବିଭାଗୀୟ ଅଧିକାରୀ ଅନେକ ଗୋଲାପୀ ଚିତ୍ର ଦେଖାଉଥିବାବେଳେ ଏହାର ବାସ୍ତବତା ପ୍ରଶ୍ନର ପାହାଡ ଛିଡା କରୁଛି । 6 କୋଟି ଟଙ୍କା ବ୍ୟୟରେ ହେଉଥିବା ଜୟଦେବ ବିହାର ଡ୍ରେନ ଏହାର ଜ୍ବଳନ୍ତ ଉଦାହରଣ ପାଲଟିଛି । 2017ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଏପର୍ଯ୍ୟନ୍ତ ସରିନଥିବାରୁ ଡ୍ରେନକୁ ନେଇ ଚିନ୍ତା ବଢିଛି ।

ସେପଟେ ବିଏମସିରେ ଅନେକ ପ୍ରକଳ୍ପ ଆରମ୍ଭ ହେଉଛି। ହେଲେ କୌଣସିଟି ବି ସମ୍ପୂର୍ଣ୍ଣ ହେଉନାହିଁ। ଯଦି ବିଏମସି କର୍ତ୍ତୃପକ୍ଷ ଏହାକୁ ଖାମଖିଆଲ ମନୋଭାବ ପୋଷଣ ନକରି ଅଗ୍ରାଧିକାର ଦିଅନ୍ତେ ତେବେ ଏହା ସଫଳ ହୁଅନ୍ତା ବୋଲି ବିଡିଏ ଟାଉନ ପ୍ଲାନର ପୀୟୂଷ ରଞ୍ଜନ ରାଉତ କହିଛନ୍ତି।

ସେହିପରି ବିଏମସି କୌଣସି କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରୁନାହିଁ। ଟୋପାଏ ବର୍ଷାରେ ଡଙ୍ଗା ଭାସୁଛି ଓ କାର ବୁଡିଯାଉଛି ବୋଲି ରାଜଧାନୀବାସୀ କହୁଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details