ଭୁବନେଶ୍ବର: ସାମ୍ବାଦିକଙ୍କୁ ମିଳିବ ଦ୍ବିତୀୟ ଡୋଜ ଟିକା । ଶନିବାର ଅପରାହ୍ନ 3 ଘଟିକାରୁ ସନ୍ଧ୍ୟା 6 ଘଟିକା ପର୍ଯ୍ୟନ୍ତ ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକଙ୍କୁ ଗୋପବନ୍ଧୁ ସ୍ବାସ୍ଥ୍ୟବୀମା କାର୍ଡ଼ଧାରୀ ସାମ୍ବାଦିକ ମାନଙ୍କୁ 2ୟ ଡୋଜ କୋଭିଡ ଟିକା ଦିଆଯିବ ।
ଆଜିଠୁ ସାମ୍ବାଦିକଙ୍କୁ ଟିକା, ବିଏମସି କରିଛି ସ୍ବତନ୍ତ୍ର ବ୍ୟବସ୍ଥା - ସାମ୍ବାଦିକଙ୍କୁ ମିଳିବ ଦ୍ବିତୀୟ ଡୋଜ ଟୀକା
ସାମ୍ବାଦିକଙ୍କୁ ମିଳିବ ଦ୍ବିତୀୟ ଡୋଜ ଟୀକା । ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକଙ୍କୁ ଗୋପବନ୍ଧୁ ସ୍ବାସ୍ଥ୍ୟବୀମା କାର୍ଡ଼ଧାରୀ ସାମ୍ବାଦିକ ମାନଙ୍କୁ ଦ୍ବିତୀୟ ଡୋଜ କୋଭିଡ ଟିକା ଦିଆଯିବ। ଅଧିକ ପଢନ୍ତୁ...
ବିଏମସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଇଆରସି ଭିଲେଜ ନୟାପଲ୍ଲୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଏହି 2ୟ ଡୋଜ ଟିକା ପ୍ରଦାନ କରାଯିବ। ୨୫୦ ଜଣ ସାମ୍ବାଦିକଙ୍କୁ ମିଳିବ ସେକେଣ୍ଡ ଡୋଜ ଟିକା । ଯେଉଁ ସାମ୍ବାଦିକ ପୂର୍ବରୁ ଅନୁଷ୍ଠିତ ସ୍ବତନ୍ତ୍ର ଟୀକାକରଣ କାର୍ଯ୍ୟକ୍ରମରେ 1 ପ୍ରଥମ ଡୋଜ ଟିକା ନେଇଛନ୍ତି ସେମାନଙ୍କୁ ଏହି ଠାରେ 2ୟ ଡୋଜ ଟିକା ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମ ଆସନ୍ତା ସୋମବାର(୭ତାରିଖ) ଓ ମଙ୍ଗଳବାର(୮ ତାରିଖ) ସକାଳ ୯ଟା ୩୦ମିନିଟ ଠାରୁ ଦିନ ଗୋଟାଏ ଓ ଅପରାହ୍ଣ 3ଟାରୁ 6ଟା ପର୍ଯ୍ୟନ୍ତ ଟୀକାକରଣ ଚାଲୁ ରହିବ। ଏଣୁ ନିର୍ଧାରିତ ସ୍ଥାନ ଓ ସମୟରେ ଉପସ୍ଥିତ ରହି ଟିକା ନେବାକୁ ଅନୁରୋଧ କରିଛନ୍ତି। ଟିକା ନେବାକୁ ଥିବା ସାମ୍ବାଦିକମାନଙ୍କ ତାଲିକା ବିଏମସି ପକ୍ଷରୁ ପ୍ରସ୍ତୁତ କରାଯାଇଛି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ