ଭୁବନେଶ୍ବର: ଆସନ୍ତାକାଲି (ବୁଧବାର) ବିଜେଡି ରାଜ୍ୟ ପରିଷଦ ବୈଠକ । ସକାଳ 8ଟା 30ରେ ଦଳୀୟ କାର୍ଯ୍ୟାଳୟରେ ବସିବ ଏହି ବୈଠକ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ ।
ଦଳର ବରିଷ୍ଠ ସଭ୍ୟ, ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ସଭ୍ୟ, ଦଳର ଉପ ସଭାପତି, କାର୍ଯ୍ୟକାରିଣୀ କମିଟି ସଭ୍ୟଙ୍କ ସମେତ ଛାମୁଆ ସଂଗଠନ ଯେପରିକି ମହିଳା, ଛାତ୍ର, ଯୁବ ଜନତା ଦଳର ସଭ୍ୟ ବୈଠକରେ ଯୋଗ ଦେବେ ।