ଓଡିଶା

odisha

ETV Bharat / city

କୋରୋନା ଭାଇରସ ଆତଙ୍କ: ରାଜ୍ୟ ସରକାରଙ୍କ ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି - state government for corona virus

କୋରୋନା ଭାଇରସ୍‌ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଯଦି କେହି ବ୍ୟକ୍ତି କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରନ୍ତି, ତାହେଲେ ରାଜ୍ୟ ଜନସ୍ବାସ୍ଥ୍ୟ ନିୟନ୍ତ୍ରଣ କକ୍ଷ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି ।

state government for corona virus
କୋରୋନା ଭାଇରସ ଆତଙ୍କ; ରାଜ୍ୟ ସରକାରଙ୍କ ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି

By

Published : Jan 27, 2020, 9:47 AM IST

ଭୁବନେଶ୍ବର: କୋରୋନା ଭାଇରସ୍‌ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇଛି। ଆଜି(ସୋମବାର) କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ସହିତ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିବେ ରାଜ୍ୟ ସରକାର । ରାଜ୍ୟସରକାର ଏନେଇ କଣ ପଦକ୍ଷେପ ନେଇଛନ୍ତି ଓ ଆଗକୁ କଣ ନେବେ, ସେ ନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଯଦି କେହି ବ୍ୟକ୍ତି କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରନ୍ତି, ତାହେଲେ ରାଜ୍ୟ ଜନସ୍ବାସ୍ଥ୍ୟ ନିୟନ୍ତ୍ରଣ କକ୍ଷ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି ।

ରାଜ୍ୟ ଜନସ୍ବାସ୍ଥ୍ୟ ନିୟନ୍ତ୍ରଣ କକ୍ଷ ପକ୍ଷରୁ ଏଥିପାଇଁ ଦୁଇଟି ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି । ନମ୍ବର ଦୁଇଟି ହେଉଛି, 0674-23904666 ଏବଂ 9439994857 । ଏହି ଦୁଇଟି ନମ୍ବର 24 ଘଣ୍ଟା ଖୋଲା ରହିବ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details