ଓଡିଶା

odisha

By

Published : Oct 1, 2021, 10:11 AM IST

ETV Bharat / city

STATE CORONA: ଦିନକରେ ୪୭୭ ଆକ୍ରାନ୍ତ ଚିହ୍ନଟ, ୭୪ ଶିଶୁ ପଜିଟିଭ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୭ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୭୪ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଅଧିକ ପଢନ୍ତୁ...

STATE CORONA: ଦିନକରେ ୪୭୭ ଆକ୍ରାନ୍ତ ଚିହ୍ନଟ, ୭୪ ଶିଶୁ ପଜିଟିଭ
STATE CORONA: ଦିନକରେ ୪୭୭ ଆକ୍ରାନ୍ତ ଚିହ୍ନଟ, ୭୪ ଶିଶୁ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ପୁଣି ୫୦୦ ତଳକୁ ଖସିଲା କୋରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୭ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭୪ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୨୭୮ ଜଣ ଥିବାବେଳେ ୧୯୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୦୦ ଜଣ ଥିବାବେଳେ ଅନୁଗୋଳରୁ ୫, ବାଲେଶ୍ବରରୁ ୨୬, ଭଦ୍ରକରୁ ୭, ବଲାଙ୍ଗୀରରୁ ୧, କଟକରୁ ୬୨, ଦେଓଗଡରୁ ୧, ଢେଙ୍କାନାଳରୁ ୮, ଗଞ୍ଜାମରୁ ୨, ଜଗତସିଂହପୁରରୁ ୨୩, ଯାଜପୁରରୁ ୧୬, ଝାରସୁଗୁଡା ୨, କଳାହାଣ୍ଡିରୁ ୭, କେନ୍ଦ୍ରାପଡ଼ାରୁ ୪, କେନ୍ଦୁଝରରୁ ୫, କୋରାପୁଟରୁ ୪, ମୟୂରଭଞ୍ଜରୁ ୨୩, ନୟାଗଡରୁ ୨, ପୁରୀ ୧୬, ସମ୍ବଲପୁରରୁ ୧୧, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୫ ଏବଂ ଷ୍ଟେଟ ପୁଲ୍‌ରୁ ୪୫ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୨୬ ହଜାର ୯୫୩ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details