ଭୁବନେଶ୍ବର: ବୁଧବାର ଭୁବନେଶ୍ବର ସମେତ ରାଜ୍ୟର ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାରେ ଝିପି ଝିପି ବର୍ଷା ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟାରେ ବୌଦ୍ଧରେ ୨୫.୦୭ ମିମି ବର୍ଷା ରେକର୍ଡ କରାଯାଇଛି।
ସେହିଭଳି ସୋନପୁରରେ ୨୨ ମିମି, ଅନୁଗୋଳରେ ୧୩ ମିମି ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟାରେ ଆକାଶ ମେଘାଛନ୍ନ ରହିବା ସହିତ ଉପକୂଳ ଓଡିଶାରେ ସମସ୍ତ ଜିଲ୍ଲାରେ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।