ଓଡିଶା

odisha

ETV Bharat / city

ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି - ଭିଜିବ ସାରା ଓଡିଶା

୪୮ ଘଣ୍ଟା ଭିଜିବ ରାଜ୍ୟ। ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷା ନେଇ ୫ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅଧିକ ପଢନ୍ତୁ...

ଆରମ୍ଭ ହେଲା ବର୍ଷା, ଭିଜିବ ସାରା ଓଡିଶା
ଆରମ୍ଭ ହେଲା ବର୍ଷା, ଭିଜିବ ସାରା ଓଡିଶା

By

Published : Feb 25, 2020, 10:32 AM IST

Updated : Feb 25, 2020, 11:57 AM IST

ଭୁବନେଶ୍ବର: ଆହୁରି ୪୮ ଘଣ୍ଟା ଭିଜିବ ରାଜ୍ୟ। ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷା ନେଇ ୫ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆରମ୍ଭ ହେଲା ବର୍ଷା, ଭିଜିବ ସାରା ଓଡିଶା

କଟକ, ଜଗତସିଂହପୁର, ପୁରୀ, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲା ସହ ଉପକୂଳ ଜିଲ୍ଲା ଏବଂ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ ଓ କନ୍ଧମାଳ ଆଦି ଜିଲ୍ଲା ଗୁଡିକରେ ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହା ସହ ପବନର ବେଗ ୩୦ ରୁ ୪୦ କିମି ବେଗରେ ପବନ ବହିବ।

ତେବେ ୨୬ ତାରିଖ ପରେ ବର୍ଷାର ପ୍ରକୋପ କମିବା ସହ ୨୭ ପରେ ପାଗରେ ପରିବର୍ତ୍ତନ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଉପକୂଳ ଜିଲ୍ଲା ସମେତ ମୟୂରଭଞ୍ଜ, କେନ୍ଦୁଝର, ରାୟଗଡା,କେନ୍ଦ୍ରାପଡା ଆଦି ଜିଲ୍ଲା ଗୁଡିକରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହିତ ଉତ୍ତର ଉପକୂଳ ଜିଲ୍ଲା ନୟାଗଡ଼, ଦେଓଗଡ଼, ଅନୁଗୋଳ, ସୁନ୍ଦରଗଡ, ଝାରସୁଗୁଡା ଆଦି ଜିଲ୍ଲା ଗୁଡିକରେ ଘନ କୁହୁଡି ଦେଖା ଦେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Feb 25, 2020, 11:57 AM IST

ABOUT THE AUTHOR

...view details