ଭୁବନେଶ୍ବର: ବାହାର ରାଜ୍ୟରେ ଫସିଥିବା ଓଡ଼ିଆଙ୍କ ପାଇଁ ଆଜିଠୁ ଅନଲାଇନରେ ହୋଇଛି ପଞ୍ଜିକରଣ। ସେମାନଙ୍କୁ 13ଟି ପଏଣ୍ଟ ପୂରଣ କରିବାକୁ ପଡିବ। ନାଁ, ଠିକଣା, ମୋବାଇଲ ନମ୍ବର, କେଉଁ ରାଜ୍ୟରେ କାମ କରୁଛନ୍ତି, କେବେଠାରୁ ଗଲେଣି, ନିଜ ପରିବାରର ସଦସ୍ୟଙ୍କ ସବିଶେଷ ତଥ୍ୟ ଦେବାକୁ ପଡିବ। ୱେବ ପୋର୍ଟାଲ ଜରିଆରେ କରିବାକୁ ହେବ ପଞ୍ଜିକରଣ। https://covid19.odisha.gov.in/ପଞ୍ଚାୟତିରାଜ ବିଭାଗ ତରଫରୁ ଏହାର ମନିଟରିଂ କରାଯିବ। ଏନେଇ ପଞ୍ଚାୟତିରାଜ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବ୍ୟକ୍ତିଗତ ଭାବରେ ନିଜେ ଅନଲାଇନରେ ପଞ୍ଜିକରଣ କରିପାରିବେ। ନଚେତ ନିଜ ପଞ୍ଚାୟତ କାର୍ଯ୍ୟାଳୟ ଆସି ଏକ ଫର୍ମ ପୂରଣ କରି ସବିଶେଷ ତଥ୍ୟ ପରିବାର ଲୋକେ ଦେଇ ପାରିବେ।
ଆଜିଠୁ ଆରମ୍ଭ ପ୍ରବାସୀ ଓଡ଼ିଆଙ୍କ ପଞ୍ଜିକରଣ, କେମିତି କରିବେ ରେଜିଷ୍ଟ୍ରେସନ... - online registration
ଅନ୍ୟ ରାଜ୍ୟରେ ରହୁଥିବା ଓଡ଼ିଆଙ୍କ ପାଇଁ ଆରମ୍ଭ ହେଲା ପଞ୍ଜିକରଣ । ଓଡ଼ିଶା ଆସିବାକୁ ଚାହୁଁଥିଲେ 13ଟି ପଏଣ୍ଟ ପୂରଣ କରିବାକୁ ପଡିବ। ନାଁ, ଠିକଣା, ମୋବାଇଲ ନମ୍ବର, କେଉଁ ରାଜ୍ୟରେ କାମ କରୁଛନ୍ତି, କେବେଠାରୁ ଗଲେଣି, ନିଜ ପରିବାରର ସଦସ୍ୟଙ୍କ ସବିଶେଷ ତଥ୍ୟ ଦେବାକୁ ପଡିବ। ପଢନ୍ତୁ ସମ୍ପୂର୍ଣ୍ଣ ଖବର...
today-to-start-online-registration
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ