ଭୁବନେଶ୍ବର: ଆଜି ହେଉଛି ଚିତାଲାଗି ଅମାବାସ୍ୟା । ଓଡିଶାର ହିନ୍ଦୁ ପର୍ବପର୍ବାଣୀରେ 12 ମାସରେ ପାଳିତ ହେଉଥିବା 13 ପର୍ବ ମଧ୍ୟରୁ ଏହା ହେଉଛି ଆଉ ଏକ ଗଣପର୍ବ । ଶ୍ରାବଣ ମାସର ଅମାବାସ୍ୟା ତିଥିରେ ଏହି ପର୍ବ ପାଳିତ ହୋଇଥାଏ ।
ଆଜି ଚିତାଲାଗି ଅମାବାସ୍ୟା - ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୁଏ ଚିତାଲାଗି ଅମାବାସ୍ୟ
ଆଜି ହେଉଛି ଚିତାଲାଗି ଅମାବାସ୍ୟା । ଶ୍ରାବଣ ମାସ ଅମାବାସ୍ୟା ତିଥିରେ ଏହି ପର୍ବ ପାଳିତ ହୋଇଥାଏ । ଧାର୍ମିକ ଦୃଷ୍ଟିରୁ ଏହା ଜଗନ୍ନାଥଙ୍କୁ କେନ୍ଦ୍ର କରି ପାଳିତ ହୋଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ତିନିଠାକୁରଙ୍କ ମସ୍ତକରେ ଚିତାଲାଗି କରାଯାଇଥାଏ । ଯାହା ଆଗାମୀବର୍ଷ ସ୍ନାନପୂର୍ଣ୍ଣିମା ପର୍ଯ୍ୟନ୍ତ ଲାଗି ରହିଥାଏ ।
ଚିତାଲାଗି ଅମାବାସ୍ୟ ଉଭୟ ଧାର୍ମିକ ଓ କୃଷିଭିତ୍ତିକ ଅଟେ । ଧାର୍ମିକ ଦୃଷ୍ଟିରୁ ଏହା ଜଗନ୍ନାଥଙ୍କୁ କେନ୍ଦ୍ର କରି ପାଳିତ ହୋଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ମସ୍ତକରେ ହୀରାଖଚିତ ଧଳାଚିତା, ଶ୍ରୀବଳଭଦ୍ରଙ୍କ ମସ୍ତକରେ ନୀଳାଖଚିତ ନୀଳଚିତା ଏବଂ ଦେବୀ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ ନାଲିଚିତା ଲାଗି କରାଯାଏ । ପରମ୍ପରା ଓ ବିଧି ମୁତାବକ ପତିମହାପାତ୍ର ସେବାୟତ ଏହି ଚିତାକୁ ସଂସ୍କାର କରିବା ପରେ ଦଇତାପତି ସେବାୟତ ଚତୁର୍ଦ୍ଧାବିଗ୍ରହଙ୍କ ମସ୍ତକରେ ଏହାକୁ ପରିଧାନ କରିଥାନ୍ତି । ତେବେ ଏହି ଚିତା ଶ୍ରୀବିଗ୍ରହଙ୍କ ମସ୍ତକରେ ଆଗାମୀବର୍ଷ ସ୍ନାନପୂର୍ଣ୍ଣିମା ପର୍ଯ୍ୟନ୍ତ ଲାଗି ରହିଥାଏ ।
ସେହିପରି ଏହି ଦିନରେ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କୁ ମଧ୍ୟ ଚିତଉ ଏବଂ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ । ତେବେ ଏହି ପ୍ରଥା ଶବର ପରମ୍ପରାରୁ ପାଳିତ ହୋଇଆସୁଛି । ଚିତଉ ଅମାବାସ୍ୟାରେ ଚିତଉ ପିଠା କରି ଜୀବଜନ୍ତୁଙ୍କୁ ଖୁଆଇ ସନ୍ତୁଷ୍ଟ କରିବାର ପରମ୍ପରା ରହିଛି । ଏହି ଅମାବାସ୍ୟା ଅନେକ ସ୍ଥାନରେ 'ଗେଣ୍ଡେଇକଟା ଓଷା' ନାମରେ ମଧ୍ୟ ପରିଚିତ।