ଭୁବନେଶ୍ବର: ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣ । କୋରୋନାର ଦ୍ବିତୀୟ ଲହରୀ ଏବେ ଭୟଙ୍କର ପରିସ୍ଥିତି ସୃଷ୍ଟି କଲାଣି । ଏହାରି ଭିତରେ ଆଜି ରାଜ୍ୟରେ କୋରୋନା ଟେଷ୍ଟ ସଂଖ୍ୟା 1କୋଟି ପାର କରିଛି । ଏଥିପାଇଁ କୋରୋନା ଯୋଦ୍ଧା ଯେଉଁ ମାନେ କି ପରୀକ୍ଷା କେନ୍ଦ୍ରରେ ଘଣ୍ଟା ଘଣ୍ଟା ଧରି କାମ କରୁଛନ୍ତି ସେମାନଙ୍କୁ ଅଭିବାଦନ ଜଣାଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ରାଜ୍ୟରେ 1କୋଟି ପାର୍ କଲା କୋରୋନା ଟେଷ୍ଟିଂ - କୋରୋନା ଯୋଦ୍ଧା
ରାଜ୍ୟରେ କୋରୋନା ଟେଷ୍ଟିଂ ସଂଖ୍ୟା 1କୋଟି ପାର କରିଛି । କୋରୋନା ଯୋଦ୍ଧାଙ୍କୁ ଅଭିବାଦନ ଜଣାଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଅଧିକ ପଢନ୍ତୁ...

ରାଜ୍ୟରେ 1କୋଟି ପାର୍ କଲା କୋରୋନା ଟେଷ୍ଟିଂ
ଏନେଇ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି । ତେବେ ଟେଷ୍ଟିଂ ସଂଖ୍ୟା 1 କୋଟି ପାର କରିଥିବା ବେଳେ ରାଜ୍ୟରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇଛି । ପ୍ରତିଦିନ 6 ହଜାର ପାର କରୁଛି ଦୈନିକ କୋରୋନା ସଂକ୍ରମଣ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ