ଭୁବନେଶ୍ବର:ରାଜ୍ୟରେ କମୁଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୭୬ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫୫ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୧୫୯ ଜଣ ଥିବାବେଳେ ୧୧୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ଦିନକରେ ୨୭୬ କୋରୋନା ପଜିଟିଭ, ୫୫ ଶିଶୁ ଆକ୍ରାନ୍ତ - ରାଜ୍ୟ କୋରୋନା
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୭୬ କୋରୋନା ପଜିଟିଭ ଚିହ୍ନଟ । ୫୫ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ ସଂକ୍ରମିତ । ଅଧିକ ପଢନ୍ତୁ...
ଦିନକରେ ୨୭୬ କୋରୋନା ପଜିଟିଭ ଚିହ୍ନଟ, ୫୫ ଶିଶୁ ଆକ୍ରାନ୍ତ
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୩୮ ଜଣ ଥିବାବେଳେ ବାଲେଶ୍ବରରୁ ୧୫, ଭଦ୍ରକରୁ୩, ବଲାଙ୍ଗୀରରୁ ୪, କଟକରୁ ୧୭, ଢେଙ୍କାନାଳରୁ ୧୦, ଗଜପତିରୁ ୮, ଜଗତସିଂହପୁରରୁ ୫, ଯାଜପୁରରୁ ୧୦,କଳାହାଣ୍ଡିରୁ ୨, କେନ୍ଦ୍ରାପଡ଼ାରୁ ୬, ମୟୂରଭଞ୍ଜରୁ ୨, ନୟାଗଡରୁ ୨, ପୁରୀରୁ ୬, ସମ୍ବଲପୁରରୁ ୭, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୫ ଏବଂ ଷ୍ଟେଟ ପୁଲ୍ରୁ ୩୧ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୩ ହଜାର ୭୪୫ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ