ଓଡିଶା

odisha

ETV Bharat / city

STATE CORONA: ଦିନକରେ ୩୨୭ ଆକ୍ରାନ୍ତ , ୪୪ ଶିଶୁ ପଜିଟିଭ ଚିହ୍ନଟ - କୋରୋନା ଆକ୍ରାନ୍ତ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୨୭ କୋରୋନା ପଜିଟିଭ ଚିହ୍ନଟ । ୪୪ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ । ଅଧିକ ପଢନ୍ତୁ...

STATE CORONA: ଦିନକରେ ୩୨୭ ଆକ୍ରାନ୍ତ , ୪୪ ଶିଶୁ ପଜିଟିଭ ଚିହ୍ନଟ
STATE CORONA: ଦିନକରେ ୩୨୭ ଆକ୍ରାନ୍ତ , ୪୪ ଶିଶୁ ପଜିଟିଭ ଚିହ୍ନଟ

By

Published : Nov 2, 2021, 10:15 AM IST

ଭୁବନେଶ୍ବର:ରାଜ୍ୟରେ କମୁଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୨୭ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୪ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୧୯୧ ଜଣ ଥିବାବେଳେ ୧୩୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ସେହିପରି ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୭୭ ଜଣ ଥିବାବେଳେ ଭଦ୍ରକରୁ ୮, ବଲାଙ୍ଗୀରରୁ ୫, ବୌଦ୍ଧରୁ ୧, କଟକରୁ୨୯, ଢେଙ୍କାନାଳରୁ ୧, ଗଞ୍ଜାମରୁ ୪, ଜଗତସିଂହପୁରରୁ ୭, ଯାଜପୁରରୁ ୯, ଝାଡସୁଗୁଡା ୨, କେନ୍ଦ୍ରାପଡ଼ାରୁ ୧, କୋରାପୁଟରୁ ୩, ମୟୂରଭଞ୍ଜରୁ ୧୩, ନୟାଗଡରୁ ୩, ପୁରୀରୁ ୬, ସମ୍ବଲପୁରରୁ ୧୦, ସୁନ୍ଦରଗଡ଼ରୁ ୪ ଏବଂ ଷ୍ଟେଟ ପୁଲ୍‌ରୁ ୪୨ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୨ ହଜାର ୧୦୦ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details