ଓଡିଶା

odisha

ETV Bharat / city

ରାଜ୍ୟରେ ଆଉ ୩୧୬ ପଜିଟିଭ ଚିହ୍ନଟ, ୫୧ ଶିଶୁ ଆକ୍ରାନ୍ତ - କୋରୋନା

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୧୬ କୋରୋନା ପଜିଟିଭ ଚିହ୍ନଟ । ୫୧ ଶିଶୁ ଆକ୍ରାନ୍ତ । ଅଧିକ ପଢନ୍ତୁ...

ଦିନକରେ ୩୧୬ ପଜିଟିଭ ଚିହ୍ନଟ, ୫୧ ଶିଶୁ ଆକ୍ରାନ୍ତ
ଦିନକରେ ୩୧୬ ପଜିଟିଭ ଚିହ୍ନଟ, ୫୧ ଶିଶୁ ଆକ୍ରାନ୍ତ

By

Published : Nov 1, 2021, 10:48 AM IST

ଭୁବନେଶ୍ବର: ରାଜ୍ୟରେ କମୁଛି ବଢୁଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୧୬ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫୧ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୧୮୬ ଜଣ ଥିବାବେଳେ ୧୩୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୫୨ ଜଣ ଥିବାବେଳେ ବାଲେଶ୍ବରରୁ ୩, ଭଦ୍ରକରୁ ୧, ବଲାଙ୍ଗୀରରୁ ୧୦, କଟକରୁ ୩୨, ଢେଙ୍କାନାଳରୁ ୪, ଗଜପତିରୁ ୧, ଗଞ୍ଜାମରୁ ୪, ଜଗତସିଂହପୁରରୁ ୪, ଯାଜପୁରରୁ ୯, ଝାଡସୁଗୁଡା ୨, କଳାହାଣ୍ଡିରୁ ୧, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୮, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୨୮, ନୟାଗଡରୁ ୩, ପୁରୀରୁ ୨, ରାୟଗଡାରୁ୧, ସମ୍ବଲପୁରରୁ ୭, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୬ ଏବଂ ଷ୍ଟେଟ ପୁଲ୍‌ରୁ ୩୫ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୧ ହଜାର ୭୭୩ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details