ଓଡିଶା

odisha

ETV Bharat / city

STATE CORONA: ଦିନକରେ ୫୫୬ ପଜିଟିଭ ଚିହ୍ନଟ, ୬୫ ଶିଶୁ ଆକ୍ରାନ୍ତ - କୋରୋନା ପଜିଟିଭ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୫୫୬ କୋରୋନା ପଜିଟିଭ ଚିହ୍ନଟ । ୮୭ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ । ଅଧିକ ପଢନ୍ତୁ...

STATE CORONA: ଦିନକରେ ୫୨୧ ପଜିଟିଭ ଚିହ୍ନଟ, ୬୫ ଶିଶୁ ଆକ୍ରାନ୍ତ
STATE CORONA: ଦିନକରେ ୫୨୧ ପଜିଟିଭ ଚିହ୍ନଟ, ୬୫ ଶିଶୁ ଆକ୍ରାନ୍ତ

By

Published : Oct 19, 2021, 9:39 AM IST

ଭୁବନେଶ୍ବର: କମୁଛି ବଢୁଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୫୫୬ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮୭ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଥିବା ବେଳେ କ୍ବାରେଣ୍ଟାଇନ ସେଣ୍ଟରରୁ ୩୨୪ ଓ ୨୩୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୦୫ ଜଣ ଥିବାବେଳେ ଅନୁଗୋଳରୁ ୫, ବାଲେଶ୍ବରରୁ ୧୦, ଭଦ୍ରକରୁ୮, ବଲାଙ୍ଗୀରରୁ ୧, ବୌଦ୍ଧରୁ ୭, କଟକରୁ ୪୧, ଢେଙ୍କାନାଳରୁ ୧, ଗଞ୍ଜାମରୁ ୩, ଜଗତସିଂହପୁରରୁ ୧୧, ଯାଜପୁରରୁ ୧୧, ଝାରସୁଗୁଡା ୫, କେନ୍ଦ୍ରାପଡ଼ାରୁ ୮, କେନ୍ଦୁଝରରୁ ୩, କୋରାପୁଟରୁ ୩, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୧୫, ପୁରୀ ୧୨, ରାୟଗଡାରୁ ୧, ସମ୍ବଲପୁରରୁ ୧୭, ସୁନ୍ଦରଗଡ଼ରୁ ୧୮ ଏବଂ ଷ୍ଟେଟ ପୁଲ୍‌ରୁ ୭୧ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୯୭୩ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details