ଭୁବନେଶ୍ବର: ରାଜ୍ୟରେ ପୁଣି ୫୦୦ ତଳକୁ ଖସିଲା କୋରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୬୭ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୬୬ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୨୭୧ ଜଣ ଥିବାବେଳେ ୧୯୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
STATE CORONA: ଦିନକରେ ୪୬୭ ଆକ୍ରାନ୍ତ ଚିହ୍ନଟ, ୬୬ ଶିଶୁ ପଜିଟିଭ
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୬୭ କୋରୋନା ପଜିଟିଭ ଚିହ୍ନଟ । ସେଥିମଧ୍ୟରୁ ୬୬ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ । ଅଧିକ ପଢନ୍ତୁ...
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୨୧ ଜଣ ଥିବାବେଳେ ଅନୁଗୋଳରୁ ୫, ବାଲେଶ୍ବରରୁ ୫, ବରଗଡରୁ ୫, ଭଦ୍ରକରୁ ୩, ବଲାଙ୍ଗୀରରୁ ୧, କଟକରୁ ୬୭, ଦେବଗଡରୁ ୧, ଢେଙ୍କାନାଳରୁ୬, ଗଜପତିରୁ ୧, ଗଞ୍ଜାମରୁ ୧୦, ଜଗତସିଂହପୁରରୁ ୭, ଯାଜପୁରରୁ ୯, ଝାରସୁଗୁଡା ୧, କଳାହାଣ୍ଡିରୁ ୧, କନ୍ଧମାଳରୁ ୧ କେନ୍ଦ୍ରାପଡ଼ାରୁ ୧୭, କେନ୍ଦୁଝରରୁ ୨, କୋରାପୁଟରୁ ୩, ମୟୂରଭଞ୍ଜରୁ ୯, ନବରଙ୍ଗପୁରରୁ ୫, ନୟାଗଡରୁ୩, ପୁରୀରୁ ୧୪, ରାୟଗଡାରୁ ୩, ସମ୍ବଲପୁରରୁ ୪, ସୁନ୍ଦରଗଡ଼ରୁ ୮ ଏବଂ ଷ୍ଟେଟ ପୁଲ୍ରୁ ୫୨ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୪ ହଜାର ୨୭୬ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ