ଓଡିଶା

odisha

ETV Bharat / city

STATE CORONA: ଦିନକରେ ୫୮୫ ପଜିଟିଭ ଟିହ୍ନଟ, ୯୬ ଶିଶୁ ଆକ୍ରାନ୍ତ - କୋରୋନା

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୫୮୫ କୋରୋନା ପଜିଟିଭ ଚିହ୍ନଟ । ୯୬ ଜଣ ଶିଶୁ ସଂକ୍ରମିତ । ଅଧିକ ପଢନ୍ତୁ...

STATE CORONA: ଦିନକରେ ୫୮୫ ପଜିଟିଭ ଟିହ୍ନଟ, ୯୬ ଶିଶୁ ଆକ୍ରାନ୍ତ
STATE CORONA: ଦିନକରେ ୫୮୫ ପଜିଟିଭ ଟିହ୍ନଟ, ୯୬ ଶିଶୁ ଆକ୍ରାନ୍ତ

By

Published : Sep 26, 2021, 10:52 AM IST

ଭୁବନେଶ୍ବର:ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୫୮୫ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୯୬ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୩୪୨ଜଣ ଥିବା ବେଳେ ୨୪୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ତେବେ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୦୬ ଜଣ ଥିବାବେଳେ ଅନୁଗୋଳରୁ ୧୩, ବାଲେଶ୍ବରରୁ ୩୮, ବରଗଡରୁ ୨, ଭଦ୍ରକରୁ ୭, ବଲାଙ୍ଗୀରରୁ ୬, କଟକରୁ ୬୭, ଦେବଗଡ଼ରୁ ୩, ଢେଙ୍କାନାଳରୁ ୫, ଗଞ୍ଜାମରୁ ୬, ଜଗତସିଂହପୁରରୁ ୨୬, ଯାଜପୁରରୁ ୩୬, ଝାରସୁଗୁଡାରୁ ୭, କଳାହାଣ୍ତିରୁ ୧, କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୧୨, କେନ୍ଦୁଝରରୁ ୭, କୋରାପୁଟରୁ ୪, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୨୫, ନୟାଗଡ଼ରୁ ୪, ନୂଆପଡାରୁ ୧, ପୁରୀ ୨୨, ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୯, ସୁନ୍ଦରଗଡ଼ରୁ ୧୩ ଏବଂ ଷ୍ଟେଟ ପୁଲ୍‌ରୁ୪୭ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୨୪ ହଜାର ୩୨୦ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details