ଭୁବନେଶ୍ବର:ରାଜ୍ୟରେ ତଳ ମୁହାଁ ହୋଇଛି କୋରୋନାର ଦୈନିକ ସଂକ୍ରମଣ। ହେଲେ ଚିନ୍ତା ବଢାଉଛି ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା । ଦୈନିକ ଶିଶୁ ସଂକ୍ରମିତ ୧୦୦ ପାର କରୁଥିବା ବେଳେ ଆଜି ମଧ୍ୟ ଏହା ୧୦୦ ପାର କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୪୯ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୧୦୩ ଜଣ ୧୮ ବର୍ଷ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୩୮୧ ଜଣ ଥିବା ବେଳେ ୨୬୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
STATE CORONA: ଦିନକରେ 649 କୋରୋନା ପଜିଟିଭ, ୧୦୩ ଶିଶୁ ଆକ୍ରାନ୍ତ
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୪୯ କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୩୫ ଜଣ ଥିବାବେଳେ ଅନୁଗୋଳରୁ ୯, ବାଲେଶ୍ବରରୁ ୩୭, ବରଗଡ଼ରୁ ୨, ଭଦ୍ରକରୁ ୬, ବଲାଙ୍ଗୀରରୁ ୫, ବୌଦ୍ଧରୁ ୧, କଟକରୁ ୮୪, ଦେବଗଡ଼ରୁ ୧, ଢେଙ୍କାନାଳରୁ ୨, ଗଜପତିରୁ ୧, ଗଞ୍ଜାମରୁ ୫, ଜଗତସିଂହପୁରରୁ ୩୭, ଯାଜପୁରରୁ ୩୦, ଝାରସୁଗୁଡାରୁ ୬, କଳାହାଣ୍ତିରୁ ୨, କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୨୪, କେନ୍ଦୁଝରରୁ ୯, କୋରାପୁଟ ୫, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୩୦, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୬, ନୂଆପଡାରୁ ୨, ପୁରୀ ୧୭, ରାୟଗଡ଼ାରୁ ୩, ସମ୍ବଲପୁରରୁ ୯, ସୁନ୍ଦରଗଡ଼ରୁ ୨୫ ଏବଂ ଷ୍ଟେଟ ପୁଲ୍ରୁ୫୨ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୧୬ ହଜାର ୩୬୨ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ