ଓଡିଶା

odisha

ETV Bharat / city

ବଢୁଛି ଶିଶୁ ସଂକ୍ରମଣ; ୨୪ ଘଣ୍ଟାରେ ୧୧୯ ଶିଶୁ ପଜିଟିଭ ଚିହ୍ନଟ - ଶିଶୁ ସଂକ୍ରମଣ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪୫ କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

ବଢୁଛି ଶିଶୁ ସଂକ୍ରମଣ; ୨୪ ଘଣ୍ଟାରେ  ୧୧୯ ଶିଶୁ ପଜିଟିଭ ଚିହ୍ନଟ
ବଢୁଛି ଶିଶୁ ସଂକ୍ରମଣ; ୨୪ ଘଣ୍ଟାରେ ୧୧୯ ଶିଶୁ ପଜିଟିଭ ଚିହ୍ନଟ

By

Published : Sep 10, 2021, 10:40 AM IST

ଭୁବନେଶ୍ବର: ବଢୁଛି ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଏବେ ଦୈନିକ ଶିଶୁ ସଂକ୍ରମିତ ୧୦୦ ପାର କରୁଥିବା ବେଳେ ଆଜି ମଧ୍ୟ ଏହା ୧୦୦ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪୫ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୧୧୯ ଜଣ ୧୮ ବର୍ଷ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଯାହା ତୃତୀୟ ଲହର ଭୟକୁ ଆହୁରି ଦ୍ବିଗୁଣିତ କରୁଛି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୪୩୫ ଜଣ ଥିବା ବେଳେ ୩୧୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୯୭ ଜଣ ଥିବାବେଳେ ଅନୁଗୋଳରୁ ୧୦, ବାଲେଶ୍ବରରୁ ୩୨, ବରଗଡ଼ରୁ ୧୧, ଭଦ୍ରକରୁ ୯, କଟକରୁ ୧୨୦, ଦେବଗଡ଼ରୁ ୬, ଢେଙ୍କାନାଳରୁ ୯, ଗଞ୍ଜାମରୁ ୩, ଜଗତସିଂହପୁରରୁ ୧୮, ଯାଜପୁରରୁ ୨୭, କନ୍ଧମାଳରୁ ୩, କେନ୍ଦ୍ରାପଡ଼ାରୁ ୧୮, କେନ୍ଦୁଝରରୁ ୫, କୋରାପୁଟ ୧, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୩୨, ନୟାଗଡ଼ରୁ ୧୧, ନୂଆପଡାରୁ ୨, ପୁରୀ ୧୭, ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୦, ସୁବର୍ମଅଣପୁର ୧, ସୁନ୍ଦରଗଡ଼ରୁ ୨୪ ଏବଂ ଷ୍ଟେଟ ପୁଲ୍‌ରୁ ୭୨ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୧୫ହଜାର ୮୩ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details