ଓଡିଶା

odisha

By

Published : Aug 24, 2021, 8:41 AM IST

ETV Bharat / city

ବଢୁଛି ଶିଶୁ ସଂକ୍ରମଣ ଚିନ୍ତା, ୨୪ ଘଣ୍ଟାରେ ୮୦ ପଜିଟିଭ ଚିହ୍ନଟ

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୬୨୫ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୮୦ ଜଣ ଶିଶୁ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଅଧିକ ପଢନ୍ତୁ...

ବଢୁଛି ଶିଶୁ ସଂକ୍ରମଣ ଚିନ୍ତା, ୨୪ ଘଣ୍ଟାରେ ୮୦ ଶିଶୁ ପଜିଟିଭ ଚିହ୍ନଟ
ବଢୁଛି ଶିଶୁ ସଂକ୍ରମଣ ଚିନ୍ତା, ୨୪ ଘଣ୍ଟାରେ ୮୦ ଶିଶୁ ପଜିଟିଭ ଚିହ୍ନଟ

ଭୁବନେଶ୍ବର:ରାଜ୍ୟରେ ବଢୁଛି କି ତୃତୀୟ ଲହର ଆଶଙ୍କା ? କାହିଁକି ନା ଦିନ ପ୍ରତିଦିନ ଏବେ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରନାରେ ସଂକ୍ରମିତ ହେଉଛନ୍ତି । ରାଜ୍ୟରେ ସଂକ୍ରମଣ ସକ୍ରିୟ ଥିବାବେଳେ ଶିଶୁ ସଂକ୍ରମଣକୁ ନେଇ ଚିନ୍ତା ବଢିଛି । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୬୨୫ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୮୦ ଜଣ ଶିଶୁ କୋରୋନାରେ ସଂକ୍ରମିତ ହୋଇଛନ୍ତି । ସେହିପରି ୩୬୬ ଜଣ କ୍ବାରେଣ୍ଟାଇନରୁ ହୋଇଥିବା ବେଳେ ୨୫୯ଟି ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୧୮, ବାଲେଶ୍ବରରୁ ୫୦, ବରଗଡ଼ରୁ ୬, ଭଦ୍ରକରୁ ୮, କଟକରୁ ୫୬, ଦେବଗଡ଼ରୁ ୯, ଢେଙ୍କାନାଳରୁ ୬, ଗଜପତିରୁ ୨, ଗଞ୍ଜାମରୁ ୬, ଜଗତସିଂହପୁରରୁ ୩୮, ଯାଜପୁରରୁ ୩୪, ଝାରସୁଗୁଡାରୁ ୩, କଳାହାଣ୍ତିରୁ ୩, କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୯, କେନ୍ଦୁଝରରୁ ୧୮, କୋରାପୁଟରୁ ୧୧, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୭, ନୟାଗଡ଼ରୁ ୧୦, ନୂଆପଡ଼ାରୁ ୧, ପୁରୀ ୨୯, ରାୟଗଡ଼ାରୁ ୧୨, ସମ୍ବଲପୁରରୁ ୧୮, ସୁନ୍ଦରଗଡ଼ରୁ ୬ ଏବଂ ଷ୍ଟେଟ ପୋଲରୁ ୪୮ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details