ଭୁବନେଶ୍ବର:ରାଜ୍ୟରେ ପୁଣି ଉପର ମୁହାଁ କୋରୋନା ସଂକ୍ରମଣ । ଗତକାଲି ଏକ ହଜାର ତଳକୁ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଏଥିରେ ବୃଦ୍ଧି ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୪୧ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୬୦୫ ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୪୩୬ଟି ଲୋକାଲ କେସ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୮୮ହଜାର ୯୯୭ରେ ପହଞ୍ଚିଛି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ପୁଣି ବଢିଲା ସଂକ୍ରମଣ, ଦିନକରେ ୧୦୪୧ କୋରୋନା ପଜିଟିଭ ଚିହ୍ନଟ - କୋରୋନା
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୪୧ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୫୭୨, ବାଲେଶ୍ବରରୁ ୨୩, ବରଗଡ଼ରୁ ୩, ଭଦ୍ରକରୁ ୧୫, ବଲାଙ୍ଗୀରରୁ ୧, ବୌଦ୍ଧରୁ ୧, କଟକରୁ ୧୩୨, ଦେବଗଡ଼ରୁ ୭, ଢେଙ୍କାନାଳରୁ ୧୦, ଗଜପତିରୁ ୩, ଗଞ୍ଜାମରୁ ୧୧, ଜଗତସିଂହପୁରରୁ ୮୧, ଯାଜପୁରରୁ ୩୬, କଳାହାଣ୍ଡିରୁ ୫, କନ୍ଧମାଳରୁ ୫, କେନ୍ଦ୍ରାପଡ଼ାରୁ ୨୮, କେନ୍ଦୁଝରରୁ ୧୭, କୋରାପୁଟରୁ ୫, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୨୮, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୨୮, ନୂଆପଡାରୁ ୨, ପୁରୀରୁ ୩୪, ରାୟଗଡ଼ାରୁ ୨୬, ସମ୍ବଲପୁରରୁ ୯, ସୁନ୍ଦରଗଡ଼ରୁ ୫, ଷ୍ଟେଟ ପୁଲ୍ରୁ ୮୧ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ