ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ସଂକ୍ରମଣ ( Odisha Corona Report) । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ପୁଣି ଚିହ୍ନଟ ହେଲେ ୧୫୧ ନୂଆ ସଂକ୍ରମିତ । ସେଥିମଧ୍ୟରୁ ୧୨ ଜଣ ୧୮ ବର୍ଷରୁ କମ୍ ବୟସର ଥିବା ସୂଚନା । ନୂଆ ସଂକ୍ରମିତଙ୍କ ମଧ୍ୟରେ ୮୯ଜଣ କ୍ବାରେଣ୍ଟାଇନ ଏବଂ ୬୨ ଜଣ ସ୍ଥାନୀୟ ସଂକ୍ରମଣ ମାମଲା ରହିଛି ।
Odisha Corona Report: ଦିନକରେ ଚିହ୍ନଟ ହେଲେ ୧୫୧ ଆକ୍ରାନ୍ତ
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ପୁଣି ଚିହ୍ନଟ ହେଲେ ୧୫୧ ନୂଆ ସଂକ୍ରମିତ । ସେଥିମଧ୍ୟରୁ ୧୨ ଜଣ ୧୮ ବର୍ଷରୁ କମ୍ ବୟସର ଥିବା ସୂଚନା । ଅଧିକ ପଢନ୍ତୁ
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୧, ବରଗଡରୁ ୧, ଭଦ୍ରକରୁ ୧, ବଲାଙ୍ଗୀରରୁ ୧, କଟକରୁ ୬, ଢେଙ୍କାନାଳରୁ ୨, ଗଜପତିରୁ ୨, ଗଞ୍ଜାମରୁ ୩, ଯାଜପୁରରୁ ୬, ଝାରସୁଗୁଡାରୁ ୨, କେନ୍ଦ୍ରାପଡାରୁ ୨, କେନ୍ଦୁଝରରୁ ୧, କୋରାପୁଟରୁ ୬, ମୟୂରଭଞ୍ଜରୁ ୩, ନୟାଗଡରୁ ୧, ପୁରୀରୁ ୧୦, ରାୟଗଡାରୁ ୨, ସମ୍ବଲପୁରରୁ୬, ସୋନପୁରରୁ ୧, ସୁନ୍ଦରଗଡରୁ ୧୫ ଓ ଷ୍ଟେଟ ପୋଲରୁ ୧୬ଜଣ ସଂକ୍ରମଣ ମାମଲା ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୦ ହଜାର ୫୦୫ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ